Share କୋଶଲ ନ୍ୟୁଜ୍ ବ୍ୟୁରୋ : ଟିଟିଲାଗଡ଼ ଡାକ୍ତରଖାନା ରେ ଅଭାବନୀୟ ଘଟଣା ।ଚିକିତ୍ସା ପାଇଁ ଆସିଥିବା ରୋଗୀ ଙ୍କୁ ଡାକ୍ତର ନିରଧୂମ ମାଡ଼ ମାରିବା ସହ ନାଲି ଆଖି ଦେଖାଇଥିଲେ। ଏମିତିକି ଜାତିଆଣ ଆକ୍ଷେପ କରିବା ସହ ନିଜକୁ ବଲାଙ୍ଗିରିଆ ଡାକ୍ତର କହି ବେଶ ମାଡ଼ ମାରିବା ନେଇ ଏବେ ଅଭିଯୋଗ ଆସିଛି ।ଆଉ ଏବେ ଏହି ଘଟଣା ଯାଇ ଟିଟିଲାଗଡ଼ ଥାନାରେ ପହଞ୍ଚିଛି । ଏକ ଦୁର୍ଘଟଣା ରେ ସାମାନ୍ୟ ଆଘାତ ପାଇ ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନା କୁ ଆସିଥିବା ଜଣେ ରୋଗୀ ପୃଥ୍ୱୀରାଜ ବାଗ କୁ ଡ୍ୟୁଟି ରେ ଥିବା ଡାକ୍ତରବାବୁ ଓଁକାର ହୋତା ନିରଧୂମ ମାଡ଼ ମାରିଛନ୍ତି ।ପୃଥ୍ୱୀରାଜ ବାଗ ନିଜ ସାଙ୍ଗ ସୁରେଶ ସାହୁ ସହିତ ଡାକ୍ତରଖାନାକୁ ଆସି ଇଞ୍ଜେକ୍ସନ ନେବାକୁ ଏକ ପ୍ରେସକ୍ରିପସନ ଲେଖିବାକୁ ଅନୁରୋଧ କରିଥିଲେ ହେଲେ ଡାକ୍ତରବାବୁ ଫୋନ ରେ କଥା ହେଉଥିଲେ। ଦୀର୍ଘ ସମୟ ଧରି ଫୋନ ରେ କଥା ହେଉଥିବା ରୁ ରୋଗୀ ଡାକ୍ତରବାବୁ ଙ୍କୁ ଇଞ୍ଜେକ୍ସନ ପାଇଁ ପ୍ରେସକ୍ରିପସନ ଲେଖିବାକୁ ଅନୁରୋଧ କରିବା ହିଁ କାଳ ହେଲା ଡାକ୍ତରବାବୁ ହଠାତ ଆସି ନିରଧୂମ ମାରିବା ସହ ମୁହଁ ରେ ଥାପଡ଼ ମାରି ଚାଲିଥିଲେ ।ପାଖରେ ଥିବା ପୃଥ୍ୱୀରାଜ ବାଗ ଙ୍କ ସାଙ୍ଗ ମନା କରିବାରୁ ସେ ମଧ୍ୟ ଡାକ୍ତରବାବୁ ଙ୍କ ନାଲି ଆଖିର ଶିକାର ହୋଇଥିଲେ । ଏନେଇ ଏକ ଲିଖିତ ଅଭିଯୋଗ ବି ଟିଟିଲାଗଡ଼ ଥାନାରେ ଦାଖଲ କରିଛନ୍ତି।ଡାକ୍ତର ଡ୍ୟୁଟି ସମୟରେ ରୋଗୀ ଦେଖିବା ବଦଳରେ ଫୋନ ରେ ଗପିବା ସହ ମୁଖ୍ୟ ଡାକ୍ତରଖାନାକୁ ଆସୁଥିବା ରୋଗୀ ମାନଙ୍କୁ ନିଜ କ୍ଲିନିକ କୁ ଆସିବା ପାଇଁ କହୁଥିବା ସହ ଡାକ୍ତରଖାନାରେ ନିଜ କର୍ମଚାରୀ ମାନଙ୍କୁ ମଧ୍ୟ ଦୁର୍ବ୍ୟବହାର କରୁଥିବା ନେଇ ଅତୀତରେ ଅଭିଯୋଗ ହୋଇଥିଲା । 0 10 Share FacebookTwitterWhatsAppEmailFacebook MessengerTelegramPrint