ତୁମୁଡିବନ୍ଧ (କୋଶଲ ନ୍ୟୁଜ):- ବିହାର ବିଧାନସଭା ଏବଂ ନୂଆପଡ଼ା ଉପ ନିର୍ବାଚନ ରେ ଭାରତୀୟ ଜନତା ପାର୍ଟିର ବିପୁଳ ବିଜୟ ପରେ ତୁମୁଡିବନ୍ଧ ବ୍ଲକ ତଥା ଭାଜପା ମଣ୍ଡଳରେ ସମର୍ଥକ ଏବଂ କର୍ମୀ ଗଣ ବିଜୟ ଉତ୍ସବ ମନାଇଛନ୍ତି । ଏହି ପରିପ୍ରେକ୍ଷୀରେ ତୁମୁଡିବନ୍ଧ, କୋଟଗଡ଼, କୁର୍ତମଗଡ଼, ବାଲିଗୁଡା ରେ ବାଣ ଫୁଟାଇ, ମିଠା ବାଣ୍ଟି ସମର୍ଥକ ମାନେ ବିଜୟ ଉତ୍ସବ ମନାଇଛନ୍ତି । ତୁମୁଡିବନ୍ଧ ଭାଜପା ମଣ୍ଡଳ ତରଫରୁ ମଧ୍ୟ ଏକ ବିଶାଳ ସଭାଯାତ୍ରା କରି ଭାଜପା ର ଜୟଗାନ କରି ସହର ପରିକ୍ରମା କରିଥିଲେ । ଶୁକ୍ରବାର ସନ୍ଦ୍ୟାରେ ତୁମୁଡିବନ୍ଧ ବଜାରରେ ଆତିଶବାଜୀ ଯୋଗୁଁ ଦୀପାବଳିର ଭ୍ରମ ସୃଷ୍ଟି ହୋଇଥିଲା । ତୁମୁଡିବନ୍ଧ ବ୍ଲକ ସାଂସଦ ପ୍ରତିନିଧି ପୂର୍ଣଚନ୍ଦ୍ର ପାଢ଼ୀ, ଭାଜପା ତୁମୁଡିବନ୍ଧ ବ୍ଲକ ସଭାପତି ସରମେଶ୍ୱର ମାଝୀ, ଶଙ୍କର ବଡ଼ନାୟକ, ଚନ୍ଦନ ପାଢ଼ୀ, ପପୁନା ପୂଜାରୀ, ବବୁଲୁ, ଭଞ୍ଜ ସାହୁ ଏବଂ ଶତାଧିକ ସମର୍ଥକଙ୍କ ସହ ବିଜୟ ଉତ୍ସବ ଧୂମଧାମରେ ପାଳନ କରିଥିବା ଦେଖିବାକୁ ମିଳିଛି ।
ରିପୋର୍ଟ : ପ୍ରବୀଣ କୁମାର ପଟ୍ଟନାୟକ (ତୁମୁଡିବନ୍ଧ)
ବିହାର ଏବଂ ନୂଆପଡ଼ାରେ ଭାଜପା ର ବିପୁଳ ବିଜୟ ତୁମୁଡିବନ୍ଧ ରେ ଫୁଟିଲା ବାଣ
ଅନ୍ୟାନ୍ୟ ଖବର ପଢନ୍ତୁ
ଜିଲ୍ଲା ସମ୍ବାଦଦାତା - ଦେବଗଡ଼ [ କୋଶଲ ନ୍ୟୁଜ୍ ବ୍ୟୁରୋ - Koshalnews.In ]
Comments