ଉତ୍କଟ ହେଉଛି ପାନୀୟ ଜଳ ସମସ୍ୟା


ରାୟଗଡ଼ା (କୋଶଲ ନ୍ୟୁଜ୍):- ଗ୍ରୀଷ୍ମପ୍ରବାହ ଯେତେ ବଢ଼ିବାରେ ଲାଗିଛି ପିଇବା ପାଣି ର ସମସ୍ୟା ସେତେ ଉତ୍କଟ ହେବାରେ ଲାଗିଛି ଏ ଚିତ୍ର ହୋଉଛି କେଶବନାଇଗୁଡା ନୂଆ ସାହିର ଦୃଶ୍ୟ। ଏ କୋୖଣସି ଉପାନ୍ତ ଅଞ୍ଚଳ ନୁହେଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକର ସଦର ପଞ୍ଚାୟତର କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟରୁ ମାତ୍ର ୨ କିମି ଦୂର ବାଟରେ କେଶବନାଇଗୁଡା ଗାଁ । ସେହିଠାକୁ କୋୖଣସି ପ୍ରଶାସନିକ ଅଧିକାରୀ ପହଞ୍ଚିବା ପାଇଁ ମାତ୍ର ୧୦ ମିନିଟର ବାଟ କିନ୍ତୁ ପ୍ରଶାସନର ଅବହେଳାର ଶିକାର ହେଉଛନ୍ତି ଗାଁ ଲୋକେ। ଗାଁ ଲୋକ ଙ୍କୁ ପିଇବା ପାଣି ଅଛି ଗୋଟିଏ ମାତ୍ର ନଳ କୂପ ତାହା ଏବେ ଅଚଳ। ଏଣୁ ନାଳରେ ଚୁଆଁ ପାଣି ବ୍ୟବହାର କରିବାକୁ ବାଧ୍ୟ ହୋଉଛନ୍ତି। ଚୁଆଁ ପାଣି ଆଣିବାକୁ ହେଲେ ଦୀର୍ଘ ଏକ କିଲୋମିଟର ମାଟି ପଥୁରିଆ ରାସ୍ତା ଦେଇ ପାଣି ଆଣିବାକୁ ପଡ଼ିଥାଏ , ଅନ୍ୟ କୌଣସି ବିକଳ୍ପ ନ ଥିବାରୁ ଲୋକ ବାଧ୍ୟ ହୋଇ ନିକଟସ୍ଥ ନାଳରେ ଚୁଆଁ ଖୋଲି ପାଣି ବ୍ୟବହାର କରୁଛନ୍ତି।

ଯଥାଶିଘ୍ର ପାନୀୟ ଜଳ ସମସ୍ୟାର ସମାଧାନ ନ କରାଯାଏ ତାହା ହେଲେ ବ୍ଲକ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯିବ ବୋଲି କୁହାଯାଇଛି।

Comments
Loading...