ଦେବଗଡ଼(କୋଶଲ ନ୍ୟୁଜ୍):- ଜିଲ୍ଲାପାଳ ଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଆଜି ବୁଧବାର ଜିଲ୍ଲାସ୍ତରୀୟ ରାଜସ୍ଵ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ସେପ୍ଟେମ୍ୱର ମାସରେ ଧାର୍ଯ୍ୟ ଥିବା ଭୁ-ରାଜସ୍ଵ, ରୟାଲିଟି, ଜଳକର, ବସୁନ୍ଧରା, ସ୍କୁଲ କଲେଜ ପଟା ଓ ସମସ୍ତ ଅନ୍ୟାନ କର ଆଦାୟ କରିବାକୁ ଥିବା ରାଜସ୍ବ ଜିଲ୍ଲାର ତହସିଲଦାର, ଅତିରିକ୍ତ ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ଗୁରୁତ୍ୱାରୋପ କରିଥିଲେ।

ବୈଠକରେ ଆରକ୍ଷୀ ଅଧୀକ୍ଷକ ଅନିଲ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ, ଦେବଗଡ ତହସିଲଦାର କର୍ଣ୍ଣ ମଲିକ, ତହସିଲଦାର ବାରକୋଟ , ତହସିଲଦାର ରିଆମାଳ, ଆଞ୍ଚଳିକ ପରିବହନ ଅଧିକାରୀ କେଶବ ଚନ୍ଦ୍ର ନାଏକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋରଞ୍ଜନ ସୂତାର ଓ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।