ବାତ୍ୟା ମନ୍ଥା କୁ ନେଇ ପୁରା ପ୍ରସ୍ତୁତ ତୁମୁଡିବନ୍ଧ ଅଗ୍ନିଶମ ବିଭାଗ


କନ୍ଧମାଳ (କୋଶଲ ନ୍ୟୁଜ୍):- ସମ୍ଭାବ୍ୟ ବାତ୍ୟା ମନ୍ଥା କୁ ନେଇ ରାଜ୍ୟ ବ୍ୟାପୀ ହାଇ ଆଲର୍ଟ ଜାରି ରହିଥିବା ବେଳେ କନ୍ଧମାଳ ଜିଲ୍ଲାରେ ମଧ୍ୟ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ବିପର୍ଯ୍ୟସ୍ତ ପରିସ୍ଥିତି ଆଖି ଆଗରେ ରଖି ସମସ୍ତ ଅଧିକାରୀଙ୍କୁ ହାଇ ଆଲର୍ଟ ନିର୍ଦ୍ଦେଶ ଥିବା ଜଣାପଡିଛି । କନ୍ଧମାଳ ଜିଲ୍ଲାର ତୁମୁଡିବନ୍ଧ ବ୍ଲକ ରେ ପୂର୍ବରୁ ଏଭଳି ବାତ୍ୟା ବନ୍ୟା ରେ ଅନେକ ଘର ନଷ୍ଟ ହୋଇଯିବା ଘଟଣା ଘଟି ଆସିଥିବାରୁ ସ୍ଥାନୀୟ ପ୍ରଶାସନ ଏବଂ ଅଗ୍ନିଶମ ବାହିନୀ ନିଜର ସମସ୍ତ ଉପକରଣ ଏବଂ ଦୁଇ ଟି ଦମକଳ ଗାଡ଼ି ଏବଂ ପୁରା ଟିମ ସଜାଗ ରହି ଅଗ୍ନିଶମ କର୍ମଚାରୀ ମାନେ ଆଜି ସମସ୍ତ ଯନ୍ତ୍ରାଂଶକୁ ନେଇ ଏକ ମୋକ ଡ୍ରିଲ କରୁଥିବା ବେଳେ ଯେ କୌଣସି ସ୍ଥାନରେକିଛି ବାତ୍ୟା କୁ ନେଇ ଅଘଟଣ ଘଟେ ତା ପାଇଁ ପ୍ରସ୍ତୁତ ରହି ପରିସ୍ଥିତିକୁ ଆମେ ସାମନା କରିବାକୁ ପ୍ରାଣପଣେ ଉଦ୍ୟମ କରିବୁ ବୋଲି ଅଗ୍ନିଶମ ଭିବାଗ ର ହାବିଲଦାର ସର୍ବେଶ୍ୱର ପାତ୍ର କହିଛନ୍ତି । ଖବର ଲେଖା ହେବା ପର୍ଯ୍ୟନ୍ତ ତୁମୁଡିବନ୍ଧ ବ୍ଲକରେ କୌଣସି ପ୍ରକାର ଘଟଣା ଘଟିନାହିଁ ଯେକୌଣସି ମୁହୂର୍ତ୍ତ ରେ ଯେ କୌଣସି ପରିସ୍ଥିରେ ଆମେ ସମସ୍ତ କର୍ମଚାରୀ ପହଞ୍ଚି ସାମ୍ନା କରିବାକୁ ପ୍ରସ୍ତୁତ ରହିଥିବା କଥା ତୁମୁଡିବନ୍ଧ ଅଗ୍ନିଶମ ଅଧିକାରୀ ଚିତ୍ତରଞ୍ଜନ ସାହୁ ସୂଚନା ଦେଇଛନ୍ତି l

ରିପୋର୍ଟ : ପ୍ରବୀଣ କୁମାର ପଟ୍ଟନାୟକ (ତୁମୁଡିବନ୍ଧ)

Comments
Loading...