ସରାଗୁଡା ଗ୍ରାମରେ ମଙ୍ଗଳବାର ମା ପେଣ୍ଡାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ


ନବରଙ୍ଗପୁର (କୋଶଲ ନ୍ୟୁଜ୍):- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ କୋଇଲାରି ପଞ୍ଚାୟତ ଅଧୀନ ସରାଗୁଡା ଗ୍ରାମରେ ମା ପେଣ୍ଡାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ ହୋଇଯାଇଛି। ଏହି ଅବସରରେ ଆଖପାଖ ଗ୍ରାମର ଦେବଦେବୀଙ୍କ ପ୍ରତୀକ ଲାଠି କୁର୍ଚ୍ଚ ଗ୍ରାମ ପରିକ୍ରମାକରି ମା ପେଣ୍ଡାଣୀ ମନ୍ଦିର ନିକଟରେ ପହଁଚିଲେ। ସେଠାରେ ଜଗଦିଶ ପୂଜାରୀ ପୂଜାର୍ଚନା କରିଥିଲେ। ଏହି ସମୟରେ ପୂଜାରୀ, ଶିରାମାନେ ଉପସ୍ଥିତ ରହି ପୂଜାକାର୍ୟ୍ଯ ସମାପନ କରିଥିଲେ। ଯାତ୍ରାରେ ହଜାର ହଜାର ସଂଖ୍ୟା ଶ୍ରଦ୍ଦାଳୁ ଯୋଗଦେଇଥିଲେ। ଶ୍ରଦ୍ଦାଳୁଙ୍କ ମନୋରଞ୍ଜନ ପାଇଁ କୋରାପୁଟ ଜିଲ୍ଲା ବାରିଗୁବମ୍ମା ବ୍ଲକ ପଡ଼ାପଦର ଗ୍ରାମର ସରଜ ଗୁରୁଙ୍କ ବେଈମାନୀ ଝିଅ କୁ ଭରଷା ନାହିଁ ନାଟକ ପ୍ରଦର୍ଶନ କରାଯାଇଛି। ଯାତ୍ରରେ ବହୁ ଉଠା ଦୋକାନ ନିଜ ପସରା ଜମାଇଥିଲେ। ଯାତ୍ରା କମିଟି ସଦସ୍ୟ କପୁରଚନ୍ଦ୍ର ମାଝୀ, ଲାଇବାନ ଭତ୍ରା, ଚୈତନ୍ୟ ଭତ୍ରା, ଚଦ୍ର ପୂଜାରୀ, କୈଳାଶ ମାଝୀ, ସଦା ଭତ୍ରା,ସନାଧର ଭତ୍ରା, କମଳ ଭତ୍ରା, ପଦମସାୟ ଭତ୍ରା, ଅଭିମନ୍ୟୁ ଭତ୍ରା, ବାସୁ ମାଝୀ, ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ସରାଗୁଡା, ଓ କେନ୍ଦୁଗୁଡା ଗ୍ରାମବାସୀ ମିଶି ଏହି ଯାତ୍ରା ପାକନ କରନ୍ତି।

ରିପୋର୍ଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)

Comments
Loading...