ଦେବଗଡ଼(କୋଶଲ ନ୍ୟୁଜ୍ ):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅନ୍ତର୍ଗତ ନୂଆଁପଡାସ୍ଥିତ ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟ ଓ ଲଳିତା ଅନନ୍ତ ସେବାଶ୍ରମ ମହାବିଦ୍ୟାଳୟ, ଉଭୟ ଅନୁଷ୍ଠାନର ମିଳିତ ଉଦ୍ୟମ ତତ୍ତ୍ବାବଧାନରେ ଅଧ୍ୟକ୍ଷ ଡଃ ରୋହିତ କୁମାର ଦାଶଙ୍କ ପ୍ରତ୍ୟକ୍ଷ ମାର୍ଗଦର୍ଶନରେ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଅଛି । ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟରୁ ଶୋଭାଯାତ୍ରାରେ ବାହାରି ନାନାଦି ଶ୍ଳୋଗାନ ଦେଇ ନୂଆପଡ଼ା ଗ୍ରାମ ପରିକ୍ରମା କରିଥିଲେ ଓ ଦୁଇଟି ସ୍ଥାନରେ ପଥପ୍ରାନ୍ତସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ଶୋଭାଯାତ୍ରାରେ ଉଭୟ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଅଣଶିକ୍ଷକ କର୍ମଚାରୀମାନେ ସହଯୋଗ କରିଥିବା ବେଳେ ସେବାଶ୍ରମ ମହାବିଦ୍ୟାଳର ଅଧ୍ୟକ୍ଷ ଡଃ ଶାନ୍ତନୁ ସାହୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ , ସର୍ବ ଶେଷରେ ଛାତ୍ରଛାତ୍ରୀମାନଙ୍କୁ ମିଷ୍ଠାନ୍ନ ବଣ୍ଟନ କରାଯାଇଥିଲା।
