ନଳବନ୍ଧରେ ତ୍ରିରଙ୍ଗା ଯାତ୍ରା


ଦେବଗଡ଼ (କୋଶଲ ନ୍ୟୁଜ୍):- ନଳବନ୍ଧ ଗ୍ରାମରେ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରାଙ୍କ ଆବାହକତ୍ବରେ ଭାରତୀୟ ବୀର ଜବାନ ମାନଙ୍କ ତ୍ଯାଗ ଓ ବଳିଦାନ ବଦଳରେ ସିନ୍ଦୂର ଷ୍ଟ୍ରାଇକ୍ ସମ୍ମାନାର୍ଥେ ଏକ ତ୍ରିରଙ୍ଗା ଯାତ୍ରା ଓ ଜନ ସଚେତନତା ବାଇକ୍ ରାଲି ଅପରାହ୍ନ ୫ ଘଟିକା ସମୟରେ ଅନୁଷ୍ଠିତ ହୋଇଥିଲା । ଏହି ରାଲି ନଳବନ୍ଧ ନୂଆସାହିରୁ ବାହାରି ନଳବନ୍ଧ ପୁରୁଣା ସାହି, ପିଟାସାହି, ବିଛାଖଣି, ମହାଦେବହୁଳି, ଜରିଚାକୁଣ୍ଡାପାଳ ଦେଇ ପୁନଶ୍ଚ ନଳବନ୍ଧ ନୁଆସାହିକୁ ପହଞ୍ଚିଥିଲା । ଏହି କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ କାଉଁଶିବାହାଳ ଗ୍ରାମ ପଞ୍ଚାୟତର ସରପଞ୍ଚ ମହୋଦୟା ଶ୍ରୀମତୀ ନମିତା ମାଝୀ ଯୋଗ ଦେଇଥିଲେ । ତତ୍ ସହିତ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ଟିକେଶ୍ବର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ସିନ୍ଦୂରର ସଫଳତା ବିଷୟରେ ଉଦବୋଧନ ଦେଇଥିଲେ ।

ଅତିଥି ଭାବେ ଶ୍ରୀଯୁକ୍ତ ଡିଲେଶ୍ବର ସାହୁ ଯୋଗ ଦେଇଥିଲେ । ନଳବନ୍ଧ ଗ୍ରାମର ଗୋପବନ୍ଧୁ କ୍ଲବ ଓ ଜଗଜ୍ଜନନୀ ସର୍ଭିସ ଆସୋସିଏସନ୍ ର ବହୁ ସଂଖ୍ୟକ ସଭ୍ୟ ଯୋଗ ଦେଇ ବାଇକ୍ ରାଲି କରିଥିଲେ । ଗ୍ରାମର ଉତ୍ସାହୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଦୁର୍ଯ୍ଯୋଧନ ଧଳ ସମସ୍ତ ଅଂଶଗ୍ରହଣକାରୀଙ୍କୁ ସମବେତ କରି କାର୍ଯ୍ଯକ୍ରମର ରୂପରେଖ ପ୍ରସ୍ତୁତ କରିଥିଲେ । ଏହି କାର୍ଯ୍ଯକ୍ରମ ସଫଳ ରୂପାୟନ ପାଇଁ କ୍ଲବର ସମସ୍ତ ସଦସ୍ଯଙ୍କ ସମେତ ଗ୍ରାମବାସୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଶ୍ରୀଯୁକ୍ତ ସୁବ୍ରତ ସାହୁ, ବିରେନ ବେହେରା, ସଚିନ ସାହୁ,ଝସକେତନ ସାହୁ, ଓଁମପ୍ରକାଶ ମହାକୁଳ,ଫିନୁ ସାହୁ, ପବିତ୍ର କିସାନ, ସୁଦାମ ବେହେରା, କ୍ଷମାନିଧି ସାହୁ, ସୁମନ୍ତ ଉଦାବର, ଜଗନ୍ନାଥ ବେହେରା,ଫିରୋଜ ବେହେରା, ସୁଦାମ ବେହେରା ଇତ୍ଯାଦି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଶ୍ରୀ ଆଶିଷ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Comments
Loading...