
କୋଶଲ ନ୍ୟୁଜ୍ ବ୍ୟୁରୋ : ଛେଳି ଚୋରିକରିବାକୁ ଆସି ଦୃର୍ବୁତ୍ତମାନେ ଛେଳି ଧରି ଯିବା ସମୟରେ ଗାଁ ଲୋକେ ଜାଣି ପାରିବାରୁ ଚୋର ଦଳକୁ ପିଛା କରିଥିଲେ ଚୋରମାନେ ରାସ୍ତା ଠିକରେ ଜାଣି ନଥିବାରୁ ଭୁଲ ରାସ୍ତାରେ ଗଡିଥିଲା ଗାଡି ହେଲେ ଚୋରମାନେ ଜାଣିନଥିଲେ ଜଙ୍ଗଲ ମଧ୍ୟକୁ ଏଇ ରାସ୍ତା ଯାଇଛି ।


ଚୋର ଦଳ । ଏଭଳି ଘଟଣା ଘଟିଛି ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଉଟୁଣିଆଁ ଗ୍ରାମରେ । ଗତ କାଲି ରାତି ଅଧରେ ଗ୍ରାମର ବାବୁଲି ପ୍ରଧାନଙ୍କ ଘରୁ ଗୋଟିଏ କଳା ଛେଳି ଓ ଆଉ ଗୋଟିଏ ଧଳା ଛେଳି ଧରି ଫେରାର ମାରୁଥିଲେ ଏମାନେ ସାମାନ୍ୟ ଭୁଲ ଯୋଗୁଁ ରାସ୍ତା ଜାଣି ନଥିବାରୁ ଠିକ ଭାବରେ ଜଙ୍ଗଲ ମଝିରେ ବାଇକ ଛାଡି ଚାଲି ଯାଇଛନ୍ତି । ପରେ ଗ୍ରାମବାସୀ ଉକ୍ତ ମଟରସାଇକେଲ ଟିକୁ ଥାନାରେ ଜିମା ଦେବାରୁ ପୋଲିସର ଖୋଳତାଡ ଆରମ୍ଭ କରିଛି । ଅନ୍ୟ ପକ୍ଷରେ ଉଟୁଣିଆଁ ବାଘବର ପଳସମା ଖଇରପାଲି ଅଞ୍ଚଳରେ ବାରମ୍ବାର ଚୋରି ହେଉଥିବାରୁ ଅଞ୍ଚଳବାସୀଙ୍କର ନିଦ ହଜି ଗଲାଣି ।।