ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ ଜିଲ୍ଲା ପରିଷଦ ସମିଳନୀ କକ୍ଷ ରେ ଜିତା ଅନୁଷ୍ଠାନ ତରଫରୁ ବିଶ୍ୱ ମାନବ ଚାଲାଣ ଦିବସ ପାଳନ କରାଯାଇଥିଲା ।
ଶିଶୁ ଚାଲାଣ କୁ ରୋକିବା ପାଇଁ ଜୁଲାଇ ପନ୍ଦର ତାରିଖ ରୁ ଦେବଗଡ଼ର ବିଭିନ୍ନ ଗ୍ରାମ ରେ ସଚେତନ ତା ଅଭିଯାନ ଚାଲି ଥିଲା । ଏହି କାର୍ଯ୍ୟକ୍ରମ ରେ କଲେଜ, ମଡେଲ କଲେଜ, ଏବଂ ମହିଳା କଲେଜ ର ଛାତ୍ର ଛାତ୍ରୀ ଦେବଗଡ଼ ଜିଲ୍ଲା ର ପାଞ୍ଚୋଟି ଥାନା ର ଅଧିକାରୀ ତଥା ମହିଳା ଶିଶୁ ଡେସ୍କ କର୍ମକର୍ତା, ଚାଇଲଡ ହେଲପ ଲାଇନ କର୍ମୀ, one stop centre, dswo କାର୍ଯ୍ୟକର୍ତ୍ତା ଯୋଗଦାନ କରିଥିଲେ ।

ଜିତା ର ସମ୍ପାଦିକା ଅନୁପମା ରାଉତ ବିଶ୍ୱ ମାନବ ଚାଲାଣ ଦିବସ ର ଉଦେଶ୍ୟ ଏବଂ ଜିତା ର ଶିଶୁ ସୁରକ୍ଷା ସମ୍ପର୍କିତ କାର୍ଯ୍ୟକ୍ରମ ସମ୍ପର୍କ ରେ ଉପସ୍ଥାପନା କରିଥିଲେ ।
ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ରିବେକା ବିଲୁଙ୍ଗ, ସନମାନୀୟ ଅତିଥି ଭାବେ ଡି ଏସ ପି hrpc ଅମୁଲ୍ୟ ପୁନମ ଲାକ୍ରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ର, cwc ଅଧ୍ୟକ୍ଷା ପିଙ୍କିରାଣୀ ନନ୍ଦ, ସଭ୍ୟ କୁମୁଦ ଚନ୍ଦ୍ର ଶତପଥି jjb ମେମ୍ବର ଗାୟତ୍ରୀ ଦିବେଦୀ, ମମତା ବିଶ୍ୱାଳ, ସନ୍ନମାନ୍ନି ତ ଅତିଥି ଭାବରେ ଯୋଗ ଦେଇ ମାନବ ଚାଲାଣ ଏବଂ ଶିଶୁ ସୁରକ୍ଷା ର ବିଭିନ୍ନ ଦିଗ ସମ୍ପର୍କ ରେ, ଯେପରିକି ମାନବ ଚାଲାଣ, ବାଲ୍ୟ ବିବାହ ଶିଶୁ ଯୌନ ନିର୍ଯାତନା ଏବଂ ଶିଶୁ ଶ୍ରମିକ, ଶିଶୁ ଚାଲାଣ ସମ୍ପର୍କ ରେ ଆଲୋଚନା କରିଥିଲେ । କଲେଜ ଛାତ୍ର ଛାତ୍ରୀ ମାନେ ଦେବଗଡ଼ ଜିଲ୍ଲା ରେ ଘଟୁଥିବା ବିଭିନ୍ନ ଶିଶୁ ସମସ୍ୟା ସମ୍ପର୍କ ରେ ଉପସ୍ଥାପନା କରିଥିଲେ ।
ଶିଶୁ ସୁରକ୍ଷା ଉପରେ ଏକ ପ୍ରଶ୍ନ ଉତ୍ତର କାର୍ଯ୍ୟରେ ଦେବଗଡ଼ ମଡେଲ କଲେଜ ର ଜଣେ ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା ।
କାର୍ଯ୍ୟକ୍ରମ ଶେଷରେ ଜିତା ଅନୁଷ୍ଠାନର କର୍ମୀ ଶ୍ରଦ୍ଧାଞ୍ଜଳି ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାନ କର୍ମୀ ମନ୍ଦୋଦରୀ ସାହୁ, ସୌମ୍ୟ ମହାନ୍ତି, ଅରୁଣ ଦାସ ଓ ପଞ୍ଚାନନ ବିଶ୍ୱାଳ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପୂର୍ଣ୍ଣ ସହଯୋଗ କରିଥିଲେ ।