ନବରଙ୍ଗପୁର (କୋଶଲ ନ୍ୟୁଜ୍):- ନବରଙ୍ଗପୁର ଠାରେ ଅବସ୍ଥାପିତ ୧୨ବାଟାଲିୟାନ ଏନ ସିସି ପକ୍ଷରୁ ଅନୁଷ୍ଠିତ ହୋଇଯାଇଅଛି। ନବରଙ୍ଗପୁର ପୌର ପାଳିକା ର ୪ ନମ୍ବର ୱାର୍ଡ ରେ ଥିବା ନୁଆଁ ବନ୍ଧ କୁ ଏହି ପୁନିତ ସାଗର ଅଭିଯାନ ର ଅଂଶ ରୂପେ ଗ୍ରହଣ କରାଯାଇ ସଫେଇ କରାଯାଇଥିଲା। ନବରଙ୍ଗପୁର ପୌର ପାଳିକା, ଅଗ୍ନିଶମ ବାହିନୀ, ସ୍ୱାସ୍ଥ୍ୟ ବିଭାଗ ଓ ୧୨ବାଟାଲିୟନ ର ଅଧିକାରୀ ଓ କ୍ୟାଡେଟ ର ମିଳିତ ସହଯୋଗ ରେ ଏହି ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା। ନୁଆଁ ବନ୍ଧ ରେ ଭର୍ତି ହୋଇଥିବା ଆବର୍ଜନା ଦଳ, ଲତା ବୁଦା ଗୁଡିକୁ ସଫା କରାଯାଇଥିଲା।
ଏହି ସଫେଇ କାର୍ଯ୍ୟକ୍ରମ ରେ ୧୨ ବାଟାଲିୟନ ଏନ ସି ସି ର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ସୁନୀଲ କୁମାର, ପୌର ପାଳିକା ର ଅଧ୍ୟକ୍ଷ କୁନୁ ନାୟକ, କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କର୍ଣ୍ଣ ,୪ନମ୍ବର ୱାର୍ଡ ର କାଉନସିଲର ଶର୍ମିଷ୍ଠା ଦେଓ ଙ୍କ ସମେତ ସମସ୍ତ ଏନସିସି କ୍ୟାଡେଟ, ପୌର ପାଳିକା ର ସ୍ୱଚ୍ଛ ସାଥି, ଜନ ପ୍ରତିନିଧି ଉପସ୍ଥିତ ଥିଲେ।
ରିପୋର୍ଟ : ପ୍ରିୟଦର୍ଶିନୀ ପାତ୍ର (ନବରଙ୍ଗପୁର)