ବିଦ୍ର:-ପିଲାଙ୍କୁ ଦେଉଛନ୍ତି ଫାଳେ ଅଣ୍ଡା ଶିକ୍ଷକ ମାନେ କରୁଛନ୍ତି ଚିକେନ ଭୋଜି
ନବରଙ୍ଗପୁର (କୋଶଲ ନ୍ୟୁଜ୍):- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ବଟକରୀ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ। ଛାତ୍ରି ମାନଙ୍କୁ ଅଭଦ୍ର ଭାଷାରେ ଗାଳି କରୁଥିବା ଶିକ୍ଷକ ଶଙ୍କର ମାଠା ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେଶବ ଦିଶାରୀଙ୍କ ବିରୁଦ୍ଧରେ ଅଭିଯୋଗ ଆଣି ବିଦ୍ୟାଳୟ ଘେରାଉ କଲେ। ଏହି ବିଦ୍ୟାଳୟରେ ପ୍ରଥମ ରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ପାଠ ପଢନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ବିଦ୍ୟାଳୟର ଶିକ୍ଷକ ଶଙ୍କର ମାଠା ବିଦ୍ୟାଳୟରେ ଛାତ୍ରି ମାନଂକୁ ସବୁବେଳେ ଦୁର୍ବ୍ୟବହାର କରିବା ସହ ଅଭଦ୍ର ଭାଷାରେ ଗାଳି କରୁଛନ୍ତି। ବିଦ୍ୟାଳୟର ହଷ୍ଟେଲ ଦାଇତ୍ୱ ନିଜେ ପ୍ରଧାନ ଶିକ୍ଷକ ନେଇଥିବା ବେଳେ ହଷ୍ଟେଲ ରେ କେହିବି ଶିକ୍ଷକ ରହୁ ନାହାନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଗତକାଲି 3 ଜଣ ଛାତ୍ର ଙ୍କୁ ଛାତ୍ର ବସରେ ଜର ହୋଇଥିବା ଖବର ପାଇ ଏସଏମସି କମିଟି ର ସଦର୍ଶ ମାନେ ଛାତ୍ରା ବାସରେ ଯାଇ ଦେଖିବା ସମୟରେ ତାଙ୍କ ସହ କଣସି ଶିକ୍ଷକ କିମ୍ଵା ଜଗୁଆଳି ମଧ୍ୟ ନଥିଲେ। ମଧ୍ୟାହ୍ନ ଭୋଜନ ଠିକ ଭାବରେ ଦିଆଯାଉ ନାହିଁ ଓ ଖାଦ୍ୟ ନିମ୍ନମାନର ଦିଆଯାଉଛି। ଖାଲି ଏତିକି ନାହିଁ ଛାତ୍ର ଛାତ୍ରୀଙ୍କୁ ଦୁଇବର୍ଷ ହେବ ଷ୍ଟାଇପେଣ୍ଡ ପଇସା ମଧ୍ୟ ପ୍ରଧାନ ଶିକ୍ଷକ ନ ଦେଇ ନିଜେ ଆତ୍ମସାତ କରିଥିବା ଅଭିଯୋଗ ଆଣିଲେ ବିଦ୍ୟାଳୟର ସଭାପତି। ସଭାପତି କହିବ ପ୍ରକାରେ ଆଜିକୁ ୪ମାସ ହେବ ବିଦ୍ୟାଳୟରେ କଣସି ମିଟିଙ୍ଗ ହୋଇ ନାହିଁ ଏବଂ ପ୍ରାଧନ ଶିକ୍ଷକ ଜାଲ ସନ୍ତକ କରି ବିଦ୍ୟାଳୟର ପଇସା ହେରଫେର କରୁଛନ୍ତି ଏବଂ ହିସାବ ମାଗିଲେ କଥାକୁ ବୁଲାଇ ଦେଉଛନ୍ତି। ସୂଚନା ପ୍ରକାର ବିଦ୍ୟାଳୟରେ ଛାତ୍ର ଛାତି ଙ୍କୁ ଫାଳେ ଅଣ୍ଡା ଦେଇ ଶିକ୍ଷକ ମାନେ ମାସକ 2ଥର ଚିକେନ ଭାଜି କରି ଖାଉଛନ୍ତି ତାହାବି ଛାତ୍ର ଛାତ୍ରୀଙ୍କ ସମନା ରେ.।ଛାତ୍ରାବାସ ରେ ଉଚିତ ବ୍ୟବସ୍ଥା ନ ଥିବାରୁ କାଛୁ କୁଣ୍ଡିଆ ହେଉଛି । ହଷ୍ଟେଲ ରେ ମଧ୍ଯ ଛାତ୍ର ମାନଙ୍କୁ ଠିକ ଭାବରେ ଖାଇବାକୁ ଦେଉ ନାହାନ୍ତି। ପ୍ରଧାନ ଶିକ୍ଷକ ଅଧିକାଂଶ ସମୟରେ ବିଦ୍ୟାଳୟ କୁ ନ ଆସି ଗାଁ ଗହଳିରେ ଔଷଧ ଇଞ୍ଜେକସେନ ଦେଇ ଦୁଇପଇସା ରଜାଗର କରୁଛନ୍ତି ଏଭଳି ଦୁର୍ନୀତିଗ୍ରସ୍ତ ପ୍ରଧାନ ଶିକ୍ଷକ ଏବଂ ଅଭଦ୍ର ଭାଷା ପ୍ରୟୋଗ କରୁଥିବା ଶିକ୍ଷକଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯିବାକୁ ଦାବି କରିଛନ୍ତି ଗ୍ରାମବାସୀ। ଶିକ୍ଷା ମନ୍ତ୍ରୀ ଙ୍କ ଜିଲ୍ଲାରେ ଏଭଳି ଘଟଣା କତେଦୂର ଯୁକ୍ତିଯୁକ୍ତ।ଏହି ଘଟଣା ବିଷୟରେ ଆମ ପ୍ରତିନିଧି ଜିଲ୍ଲା ଗୋଷ୍ଟି ଶିକ୍ଷା ଅଧିକାରୀ ଛତ୍ରପତି ସାହୁଙ୍କ ସହ ଆଲଚନା କରିବାରୁ ମତେ ଲିଖିତ ଭାବେ ଜଣାଇଲେ ମୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି ବଲି କହିଛନ୍ତି। ଏଭଳି ସମ୍ବେଦନ ସିଲ ଘଟଣାର ଜିଲ୍ଲା ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ରହିଛି। ରିପୋର୍ଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)