ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଳିତ ବିକାଶ ମେଳା ର ତୃତୀୟ ଦିବସ


ଦେବଗଡ଼ (କୋଶଲ ନ୍ୟୁଜ୍):- ରାଜ୍ୟ ସରକାର ଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶ ମେଳା ର ତୃତୀୟ ଦିବସ ଆଜି ଅପରାହ୍ନ ରେ ପ୍ରଧାନପାଟ ବଡ଼ ବଗିଚା ଠାରେ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ମୁଖ୍ୟ ଅତିଥି, ଜିଲ୍ଲା ମୁଖ୍ୟ ପ୍ରାଣୀ ସମ୍ପଦ ଅଧିକାରୀ ଡା ବିଜୟ କୁମାର ପାତ୍ର, ଜିଲ୍ଲା ମତ୍ସ୍ୟ ଅଧିକାରୀ ଭୁବନେନ୍ଦ୍ର ଆଚାର୍ଯ୍ୟ, ଜିଲ୍ଲା ଯୋଗାଣ ଅଧିକାରୀ କେଦାର ନାଥ ନାଏକ, ଅତିରିକ୍ତ ପ୍ରାଣୀ ସମ୍ପଦ ଅଧିକାରୀ ଡା ଯତୀନ୍ଦ୍ର ମୋହନ ପଣ୍ଡା ବରେଣ୍ୟ ଅତିଥି ଭାବେ ଯୋଗା ଦେଇ ମହାପ୍ରଭୁ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ।

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲବ୍ଧ ଥିବା ପ୍ରାଣୀ ସମ୍ପଦ ବିଭାଗ, ମତ୍ସ୍ୟ ବିଭାଗ ଓ ଯୋଗାଣ ବିଭାଗ ର ଲୋକ ଙ୍କୁ ମିଳୁଥିବା ବିଭିନ୍ନ ଯୋଜନା ଓ ତାର ସଦୁପଯୋଗ କରି କିପରି ଚାଷୀ ମାନେ ମାଛ ଚାଷ, ପଶୁ ପାଳନ, କୁକୁଡ଼ା ପାଳନ ଲାଭବାନ ହୋଇପାରିବେ ସେ ସମ୍ପର୍କରେ ଅତିଥି ମାନେ ଅବଗତ କରିଥିଲେ । ମତ୍ସ୍ୟ ବିଭାଗ ଓ ପ୍ରାଣୀ ସମ୍ପଦ ବିଭାଗ ଉନ୍ନତ ମାନର ଛେଳି ଚାଷ ପାଳନ ରେ ବାରକୋଟ ବ୍ଲକ ବଲମ ଗ୍ରାମ ର ସଂଜୀବ ପ୍ରଧାନ, ଘାସ ଚାଷ ବାରକୋଟ ବ୍ଲକ ସାଇଡା ଗ୍ରାମ ର ଚନ୍ଦନ ପ୍ରଧାନ, ଗୋପାଳନ ରେ ରିଆମାଳ ବ୍ଲକ ଟିଙ୍କବୀର ଗ୍ରାମ ର ଜଲିତା ପ୍ରଧାନ, କୁକୁଡ଼ା ପାଳନ ରିଆମାଳ ବ୍ଲକ ଗୁଣ୍ଡିଆପାଲି ଗ୍ରାମ ର ମା ସମଲେଶ୍ୱରୀ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ, ଘୁଷୁରୀ ଚାଷ ପାଇଁ ତିଲେଇବଣି ବ୍ଲକ ଗଣ୍ଡମ ଗ୍ରାମର ଦେବାନନ୍ଦ କିସାନ, ସେହିପରି ମତ୍ସ୍ୟ ଚାଷ କ୍ଷେତ୍ରରେ ରିଆମାଳ ବ୍ଲକ ର ରେଙ୍ଗାଲିନାଳି ଗ୍ରାମ ର ଫକୀର ଗଡତିଆ, ତିଲେଇବନି ବ୍ଲକ ର ଭୁଲକାବାହାଲ ଗ୍ରାମ ର ମଦନ ମୋହନ ବେହେରା, ବାରକୋଟ ବ୍ଲକ ର ବ୍ରାହ୍ଣମୀମାହାଳ ଗ୍ରାମ ର ସିରନସ ଲାକ୍ରା ଅତିଥି ମାନଙ୍କ ଦ୍ୱାରା ପୁଷ୍ପଗୁଛ, ମାନପତ୍ର ଓ ଉପଢୌକନ ଦେଇ ସମ୍ମାନିତ କରାଯାଇଥିଲା। ଏତତ ବ୍ୟତୀତ ଅତିଥି ମାନଙ୍କ ଦ୍ୱାରା ୫ ଜଣ ଙ୍କୁ ଆୟୁଷ୍ମାନ ସ୍ୱାସ୍ଥ୍ୟ କାର୍ଡ ଓ ୧୬ ଜଣକୁ ନୂତନ ରାସନ କାର୍ଡ ବଣ୍ଟନ କରାଯାଇଥିଲା। କାର୍ଯ୍ୟକ୍ରମ ରେ ବହୁସଂଖ୍ୟାରେ ତିନି ବ୍ଲକ ରୁ ଆସିଥିବା ଚାଷୀ, ଜନସାଧାରଣ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର କାର୍ଯ୍ୟକ୍ରମ କୁ ପରିଚାଳନା ଓ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ପରେ ସଂନ୍ଧ୍ୟା ରେ ସଂସ୍କୃତି ବିଭାଗ ପକ୍ଷରୁ ସ୍ଥାନୀୟ କଳାକାର ମାନଙ୍କୁ ନେଇ ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା।

Comments
Loading...