ପେପର କପ୍ ରେ ଚା ପରସି ତଣ୍ଡ ଗଣିଲେ ଦୋକାନୀ

ଅନୁଗୋଳ (କୋଶଲ ନ୍ୟୁଜ୍):- ଅନୁଗୋଳ ସହରର ଏକ ଗଳିରେ ଏକ ଚା ଦୋକାନୀ ପେପର କପ୍ ରେ ଚା ଓ କଫି ପରସିବାରୁ ପୌରପାଳିକା ଟାସ୍କ ଫୋର୍ସ ଟିମ୍ ୨ ହଜାର ଟଙ୍କା ଜରିମାନା ଲଗାଇଛନ୍ତି । ଉକ୍ତ ଦୋକାନୀ କୁ ପୌର କାର୍ଯ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟଥା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସତର୍କ କରା ଯାଇଛି ।

ଛକ ବଜାର ଗଳିକନ୍ଦିରେ ଶହେରୁ ଉର୍ଦ୍ଧ୍ବ ଚା ଦୋକାନରେ ଏକକ ବ୍ୟବହାର ପଲିଥିନ ଓ ପେପର କପ୍ ଉପରେ ପୌରପାଳିକା ପକ୍ଷରୁ ନିଷେଧାଦେଶ ଜାରି ହୋଇଛି। ଗତ କିଛି ମାସ ଧରି କାଚ ଗ୍ଲାସ ଓ ମାଟି କପ୍ ବ୍ୟବହାର କରାଯାଉଛି। ସଚେତନ ନାଗରିକଙ୍କ ଅଭିଯୋଗ ପରେ ଟିମ୍ ଘଟଣାସ୍ଥଳରେ ପହଞ୍ଚି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଅନୁଗୋଳ କୁ ପଲିଥିନ ମୁକ୍ତ ସବୁଜ ସହର କରିବା ପାଇଁ ଏହି କଟକଣା ଜାରି ହୋଇଥିବା ବେଳେ ବଜାରର ଅନ୍ୟ ଦୋକାନ ଗୁଡ଼ିକରେ ପଲିଥିନ କାରବାର ଉପରେ ମଧ୍ୟ ନଜର ରଖିବାକୁ ସାଧାରଣରେ ଦାବୀ ହେଉଛି।

Comments
Loading...