ନବରଙ୍ଗପୁର(କୋଶଲ ନ୍ୟୁଜ୍):- ଦିନ କୁ ଦିନ ଡାବୁଗାଁ ତହସିଲ ଅଧୀନରେ ଥିବା ଖଣିଜ ସମ୍ପଦ କ୍ଷୟ ହେବାରେ ଲାଗିଛି, କିଛି ମାଫିଆଙ୍କ ସହ ମିଶି ଖଣିବିଭାଗର ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଖଣିଜ ସମ୍ପଦ କ୍ଷୟ ହେବାରେ ଲାଗିଛି!ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅନ୍ତର୍ଗତ ନନ୍ଦପୁରା ପଂଚାୟତ ରେ!ସୂଚନା ଅନୁଯାଇ:ନନ୍ଦପୁରା ଗ୍ରାମ ରୁ ଅଳ୍ପ ଦୂରରେ ଥିବା ଏକ ବାଲି ଘାଟରୁ ପ୍ରାୟ 15 ରୁ 20 ଟି ଟ୍ରାକ୍ଟର ବାଲି ନେଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି ପ୍ରତ୍ୟେକ ଦିନ।ଏବିଷୟରେ ଖଣି ବିଭାଗ ଅଧିକାରୀଙ୍କୁ ସୂଚନା ଦେବାରୁ ସେ ଜିପିଏସ ଲୋକେସନ ସହ ଫୋଟୋ ପଠାନ୍ତୁ ବୋଲି କହିଥିଲେ!ଏହାପରେ ଆମ ପ୍ରତିନିଧି ଫୋଟୋ ପଠାଇବା ସହ ଫୋନ ଯୋଗେ ଯୋଗାଯୋଗ କରିଥିଲେ!ଏହା ଶୁଣି ଖଣି ବିଭାଗୀୟ ଅଧିକାରୀ ଜିଲ୍ଲା ମୁଖ୍ୟାଳୟ ରୁ ବାହାରିବେ ବୋଲି କହିଲେ!ଏହା ପୂର୍ବରୁ ଅନେକ ଥର ବାଲି, ମୁରୁମ, ପଥର ଇତ୍ୟାଦି ମାଫିଆ ଙ୍କ ବିଷୟରେ ଜଣେଇଲେ ସୁଦ୍ଧା କୌଣସି ପଦକ୍ଷେପ ନିଆ ଯାଇନାହିଁ!ଆଜି ମଧ୍ୟ ଏହି ବାଲି ମାଫିଆ ତଥା ବାଲି ବୋଝେଇ ଟ୍ରାକ୍ଟର ଉପରେ କୌଣସି ପଦକ୍ଷେପ ନିଆଗଲା ଭଳି ଲାଗୁ ନାହିଁ!ଏଥିରୁ ସ୍ପଷ୍ଟ ହେଉଛି ଯେ ଖଣି ବିଭାଗ ଓ ବାଲି ମାଫିଆ ଙ୍କ ମଧୁଚନ୍ଦ୍ରିକା ରେ ଖଣିଜ ସମ୍ପଦ ର କ୍ଷୟ ହେଉଥିବା ଦେଖିବାକୁ ମିଳିଛି।
ରିପୋର୍ଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)