ଦାନା ବାନ୍ଧିଲା ପବିତ୍ର ନଗର ବ୍ଲକ ଗଠନ ପ୍ରକ୍ରିୟା

ଅନୁଗୋଳ (କୋଶଲ ନ୍ୟୁଜ୍):- ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକର ପବିତ୍ର ନଗର ଅଞ୍ଚଳକୁ ନେଇ ବ୍ଲକ ପୁନଃ ଗଠନ ଦାବୀ ନିମନ୍ତେ ଜନ ସଚେତନ ମଞ୍ଚ ପବିତ୍ର ନଗର ଗଠିତ ହୋଇଛି । ଆଜି ସ୍ଥାନୀୟ ପବିତ୍ର ନଗର ଡିଗ୍ରୀ କଲେଜ ପରିସରରେ କଲେଜ ଅଧ୍ୟକ୍ଷ ବନୋଜ କୁମାର ପ୍ରଧାନଙ୍କ ଆବାହକତ୍ବରେ ତାଳଚେର ଚଷା ସମାଜ ସଭାପତି ଶ୍ରୀଯୁକ୍ତ ମକୁନ୍ଦ ଚରଣ ସାହୁ ମଞ୍ଚ ପରିଚାଳନା କରିଥିଲେ । ସମ୍ମାନିତ ବ୍ୟକ୍ତି ଭାବେ ସମିତି ସଭ୍ୟ ପ୍ରିୟରଞ୍ଜନ ମହାନ୍ତି, ପୂର୍ବତନ ସରପଞ୍ଚ କୁବେର ସାହୁ, ମହେଶ୍ୱର ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ l ଆମ ପବିତ୍ର ନଗର ଜୋନ ଅଞ୍ଚଳର ଶୁଶୁବା ପଂଚାୟତ ଠାରୁ ଆରମ୍ଭ କରି ହରିହରପୁର ପଂଚାୟତ ପର୍ଯ୍ୟନ୍ତ ଜନସାଧାରଣ ବିଭିନ୍ନ କାର୍ଯ୍ୟ ପାଇଁ କଣିହାଁ ବ୍ଲକ ଦୌଡ଼ିଥାନ୍ତି । ପବିତ୍ର ନଗରକୁ ବ୍ଲକ ଘୋଷଣା କଲେ ସ୍ଥାନୀୟ ଅଂଚଳବାସୀ ମୌଳିକ ସୁବିଧା ପାଇବାରେ ସୁବିଧା ହେବ ।

କାରଣ ଏଠି ବନ ବିଭାଗ ଅଫିସ, ଡାକ୍ତରଖାନା, ବ୍ୟାଙ୍କ, ରାଜସ୍ବ କାର୍ଯ୍ୟାଳୟ, ସ୍କୁଲ, କଲେଜ ଆଦି କାର୍ଯ୍ୟାଳୟ ଅବସ୍ଥିତ । ଏଠି ବ୍ଲକ ଅଫିସ ହେଲେ ସ୍ଥାନୀୟ ଜନସାଧାରଣ ଯାତାୟାତ ସୁବିଧା ସହ କମ ସମୟ ମଧ୍ୟରେ ପବିତ୍ର ନଗରରେ ପହଂଚି ପାରିବେ । ଆଜିର ବୈଠକରେ ଶୁଶୁବା, ଗଣ୍ଡମାଳା, ଅରକିଳ, କର୍ଣ୍ଣପାଳ, ବୁରୁକୁନା, ପରାବିଲ, ବିରୁ, କୁଲେଇ, ହରିହରପୁର, ସମଲ, ଆଦି ପଂଚାୟତରୁ ଦୁଇ ଶହରୁ ଅଧିକ ଯୋଗ ଦେଇ ପବିତ୍ର ନଗର ଠାରେ ବ୍ଲକ କରିବାକୁ ସମର୍ଥନ କରି ଉପସ୍ଥିତ ଥିଲେ । ଉକ୍ତ ପ୍ରସ୍ତାବକୁ କାର୍ଯ୍ୟଶୀଳ କରିବାକୁ ଏକ କୋର କମିଟି କରାଯାଇଥିଲା l ଏହି କମିଟିରେ ସର୍ବସମ୍ମତିକ୍ରମେ ସମିତି ସଭ୍ୟ ପ୍ରିୟ ରଞ୍ଜନ ମହାନ୍ତି, ମକୁନ୍ଦ ଚରଣ ସାହୁ,ଶିକ୍ଷାବିତ ବନୋଜ କୁମାର ପ୍ରଧାନ,କୁବେର ସାହୁ, ପବିତ୍ର ନଗର ସ୍ମୃତି ସଂସଦ ସଭାପତି ପ୍ରଦୀପ କୁମାର ସାହୁ, ବୁଦ୍ଧଦେବ ସାହୁ, ପ୍ରଦୀପ କୁମାର ବେହେରା, ଖଗେଶ୍ୱର ନାଏକ, ଗୋବିନ୍ଦ ସାହୁ, ସୁବାସ ଚନ୍ଦ୍ର ମହାନ୍ତି, ପର୍ଶୁରାମ ବିଶ୍ୱାଳ, ବିନୋଦ କୁମାର ଜେନା, ବିଜୟ କୁମାର ସାହୁ, ଲମ୍ବୋଦର ବେହେରା, ଯୋଗେଶ୍ୱର ପ୍ରଧାନ, ବ୍ରହ୍ମାନନ୍ଦ ନାଏକ, ପ୍ରଦୀପ୍ତ ଚରଣ ପ୍ରଧାନ ପ୍ରମୁଖ ସଦସ୍ୟ ଭାବେ ମନୋନୀତ ହେଲେ । ଆଗାମୀ ବୈଠକ ପରେ ସ୍ଥାନୀୟ ବିଧାୟକ ଅଶୋକ ମହାନ୍ତି, ସାଂସଦ ରୁଦ୍ର ନାରାୟଣ ପାଣି,ଜିଲ୍ଲାପାଳ,ପଂଚାୟତରାଜ ମନ୍ତ୍ରୀ,ମୁଖ୍ୟମନ୍ତ୍ରୀ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଷ୍ଟ୍ରପତିଙ୍କୁ ଦେଖା କରି ଦାବୀପତ୍ର ଦେବାକୁ ନିଷ୍ପତି କରାଯାଇଥିଲା ।

Comments
Loading...