ଗୋଣ୍ଡ ସମାଜର ଜଂଘା ବଡ଼ଦେଓ ପୂଜା ଉଦଯାପିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ କଣ୍ଟାବାହାଳ ପଞ୍ଚାୟତ ଅନ୍ତର୍ଗତ ବିରଞ୍ଚିପାଲି ଠାରେ ଥିବା ନଇକୂଳ ଗୁଡ଼ି ରେ ଗତକାଲି ଠାରୁ ଶାମ୍ବ ଦଶମୀ ଉପଲକ୍ଷେ ଆରମ୍ଭ ହୋଇଥିବା ଆଜି ଗୋଣ୍ଡ ସମାଜର ଶ୍ରୀ ଶ୍ରୀ ଜଂଘା ବଡ଼ଦେଓ ଙ୍କ ପାରମ୍ପରିକ ପୂଜା ଉଦଯାପିତ ହୋଇ ଯାଇଛି । ଆଞ୍ଚଳିକ ଗୋଣ୍ଡ ସମାଜ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଣ୍ଡ ସମାଜର ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ଆୟୋଜନ ଅନୁଷ୍ଠାନର ସଭାପତି ପିତବାସ ଅଟ୍ଟି , ସମ୍ପାଦକ,  ଭାଗ୍ୟରଥି କୁମୁରା, କୋଷାଧ୍ୟକ୍ଷ,  କହ୍ନେଇ ନାୟକ, ଓ ରାଇଗରିଆ ନଳିନୀକାନ୍ତ ଗଡତିୟାଙ୍କ ତତ୍ବାବଧାନରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ବିଭିନ୍ନ ଗ୍ରାମରୁ ଆସିଥିବା ସଂକ୍ରିର୍ତ୍ତନ ମଣ୍ଡଳୀ ନାମ ସଂକୀର୍ତ୍ତନ ଭଜନ ଗାଇ ଭକ୍ତ ମାନଙ୍କୁ ଉତ୍ସାହିତ କରିଥିଲେ ।

ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ବିଧାୟକ ଶ୍ରୀଯୁକ୍ତ ରୋମାଞ୍ଚ ରଞ୍ଜନ ବିଶ୍ବାଳ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଆଦିବାସୀ ସଂଘ ସଭାପତି ସେମ ହେମ୍ରମ, ଜିଲ୍ଲାପରିଷଦ ବାସନ୍ତୀ ବେହେରା, ପୂର୍ବତନ ସରପଞ୍ଚ ସଚଳା ବିଶ୍ବାଳ ସମାଜସେବୀ ନିଲେଶ ଅନିରୁଦ୍ଧ ନାୟକ, ଲକ୍ଷ୍ମୀ କିସାନ କଣ୍ଟାବାହାଳ ସରପଞ୍ଚ କୁବେର ପ୍ରଧାନ ସାମ୍ବାଦିକା ପ୍ରଭାସିନୀ ନାୟକ ମଞ୍ଚାସିନ ରହିଥିବା ବେଳେ ଉପସ୍ଥାପନା ପ୍ରଶାନ୍ତ କୁମାର ନାୟକ ଏହି କାର୍ଯ୍ୟକ୍ରମକୁ ସୁନ୍ଦର ଭାବେ ତୁଲାଇଥିଲେ । ଗୋଣ୍ଡ ସମାଜର ଜନସାଧାରଣ ମୁଖ୍ୟ ସ୍ରୋତରେ ସାମିଲ୍ ହୋଇ କିଭଳି ସେମାନଙ୍କର ବିକାଶ ହୋଇପାରିବ ସେ ବିଷୟରେ ଅତିଥିମାନେ ଆଲୋକ ପାତ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comments
Loading...