ଅନୁଗୋଳ (କୋଶଲ ନ୍ୟୁଜ୍):- ଅନୁଗୋଳ ଜିଲ୍ଲା ବହୁଜନସମାଜପାର୍ଟି ପକ୍ଷରୁ ଜିଲ୍ଲା କାର୍ଯ୍ୟକାରୀଣି କମିଟି ଗଠନ ହୋଇଯାଇଛି । ଆଜିର କାର୍ଯ୍ୟକ୍ରମ ରାଷ୍ଟ୍ରୀୟ ଅଧକ୍ଷା ଭଉଣୀ ମାୟାବତୀଙ୍କ ନିର୍ଦେଶରେ ତଥା ରାଜ୍ୟ ସଭାପତି ଧୀମାନ ଟଙ୍କଧରବାଗଜୀଙ୍କ ଆହ୍ୱାନକ୍ରମେ ରାଜ୍ୟ ସାଧାରଣ ସମ୍ପାଦକ ତଥା ସମ୍ବଲପୁର ଜୋନ ପ୍ରଭାରୀ ଧୀମାନ ନାରାୟଣ ବେସ୍ରା ଜୀ ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ରାଜ୍ୟ ସମ୍ପାଦକ ଧୀମାନ ଗାନ୍ଧୀ ମହାନନ୍ଦ ଯୋଗ ଦେଇଥିଲେ । ରାଜ୍ୟର ବରିଷ୍ଟ ନେତା ତଥା ଢେଙ୍କାନାଳର ବିଗତ ଲୋକସଭା ପ୍ରାର୍ଥୀ ଧୀମାନ ପ୍ରଫୁଲ୍ଲ ନାଏକ ସଭାପତିତ୍ବ କରିଥିଲେ । ପାଲଲହଡା ବିଧାନସଭା କ୍ଷେତ୍ରର ଗତ ବିଧାୟକ ପ୍ରାର୍ଥୀ ଖଗେଶ୍ୱର ନାଏକ ମଞ୍ଚ ପରିଚାଳନା କରିଥିଲେ । ଅନୁଗୋଳ ନିର୍ବାଚନମଣ୍ଡଳୀର ଗତ ବିଧାୟକ ପ୍ରାର୍ଥୀ ହରିହର ନାଏକ ଜିଲ୍ଲା ସଭାପତି ଭାବେ ମନୋନୀତ ହେଲେ । ଅନୁଗୋଳ ଜିଲ୍ଲାର ସମସ୍ତ କାର୍ଯ୍ୟକାରୀ କମିଟି ଗଠନ କରାଗଲା । ଆଗାମୀ ଦିନରେ ଅନୁଗୋଳ ଜିଲାରେ ବହୁଜନ ସମାଜ ପାର୍ଟି BSP ଗରିବ, ଦଳିତ, ଆଦିବାସୀ ସଂଖ୍ୟାଲଘୁ ତଥା ସମସ୍ତ ବର୍ଗର ମୌଳିକ ଅଧିକାର ନିମନ୍ତେ ସ୍ୱର ଉତ୍ତୋଳନ କରିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
