ପଞ୍ଚପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମ ସୁରକ୍ଷା ଶିବିର ଉଦଯାପିତ

ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ନୂଆଁଡିହ ପଞ୍ଚାୟତ ଅନ୍ତର୍ଗତ ପଞ୍ଚପାଲି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ନୂଆଁଡିହି ଠାରେ ଓଡ଼ିଆ ଅଧ୍ୟାପିକା କୁମାରୀ କଳ୍ପନା ହରିଜନଙ୍କ ସଂଯୋଜନାରେ ଗତ ଜାନୁଆରୀ ୭ ତାରିଖରୁ ଆୟୋଜିତ ହୋଇଥିବା ଛାତ୍ରୀ ଆତ୍ମସୁରକ୍ଷା ଶିବିର ଆଜି ୧୮ ତାରିଖ ଶନିବାର ଦିନ ଉଦଯାପିତ ହୋଇଯାଇଛି । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀମାନ ତପନ କୁମାର ବେହେରା ଉପସ୍ଥିତ ରହି ତାଲିମ ପ୍ରାପ୍ତ ଛାତ୍ରୀମାନଙ୍କୁ ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଇତିହାସ ଅଧ୍ୟାପିକା ବର୍ଷା ବନ୍ଦିତା ଗଡ଼ନାୟକ,ଇଂରାଜୀ ଅଧ୍ୟାପକ ଡିଲେଶ୍ୱର୍ ପୋଳ,ରାଜନୀତି ବିଜ୍ଞାନ ଅଧ୍ୟାପକ ଯୁଗଳ କିଶୋର କିସାନ ଉପସ୍ଥିତ ରହିଥିଲେ ।ଶେଷରେ ଓଡ଼ିଆ ଅଧ୍ୟାପକ ହୃଷୀକେଶ ଭୋଇ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ସୂଚନାଯୋଗ୍ୟ ଯେ ମାଷ୍ଟର ଟ୍ରେନର କୁମାରୀ ରୋଜିରାଣୀ ରଣା ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ତାଲିମ ପ୍ରଦାନ କରିଥିଲେ।

Comments
Loading...