ବାଘବର କନ୍ଧ ସାହିର ନଳକୂପ ୫ ମାସ ହେଲା ଅଚଳ: ମରାମତି ପାଇଁ ଦାବୀ

ଦେବଗଡ (କୋଶଲ ନ୍ୟୁଜ୍):- ପ୍ରତ୍ୟେକ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇଁ ସରକାର ଅନେକ ଯୋଜନା ପ୍ରଣୟନ କରି ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଅଭିଯୋଗ ହେବାର ୨୪ଘଣ୍ଟା ମଧ୍ୟରେ ମରାମତି କରିବାର ସରକାରୀ ନିର୍ଦ୍ଦେଶ ଅଛି, ହେଲେ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଅବହେଳା ଯୋଗୁଁ ଲୋକେ ବାସ୍ତବରେ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ଲୋକେ ବଞ୍ଚିତ ହେଉଛନ୍ତି। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବାଘବର ପଞ୍ଚାୟତ ବାଘବର ଗ୍ରାମର କନ୍ଧ ବସ୍ତିରେ ପିଇବା ପାଇଁ ଟୋପାଏ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ।

ବାଘବର କନ୍ଧ ବସ୍ତିରେ ମରାମତି ଲାଗି ଅଭିଯୋଗ କରି ଥକି ଗଲେଣି ସାହି ବାସିନ୍ଦା
ଶୁଣୁନାହାନ୍ତି ବିଭାଗୀୟ ଅଧିକାରୀ କିମ୍ବା ଜନପ୍ରତିନିଧି ଏହାର ପ୍ରମାଣ ମିଳିଛି । ଏହି ସାହିରେ ଥିବା ନଳକୂପ ଦିର୍ଘ ୫ ମାସରୁ ଆଜି ପର୍ଯ୍ୟନ୍ତ ହେବ ଅଚଳ ହୋଇପଡିଛି। ଏଣୁ ଏହି ସାହିରେ ପାଖ ପାଖି ୧୫ ରୁ ୨୦ ପରିବାରର ଏକ ଶହରୁ ଅଧିକ ଲୋକ ପାଣି ମୁନ୍ଦାଏ ଲାଗି କଲବଲ ହେଉଛନ୍ତି। ବର୍ତମାନ ଗ୍ରୀଷ୍ମ ଦିନ ପାନୀୟ ଜଳ ପାଇଁ ସମସ୍ୟା ଦ୍ଵିଗୁଣ ହେଲାଣି । ନଳକୂପ ମରାମତି କରିବା ପାଇଁ ଲୋକେ ସ୍ଥାନୀୟ କର୍ମଚାରୀ ଓ ଜନ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ମରାମତି ହେଇ ନଥିବାରୁ ଗ୍ରାମବାସୀ କ୍ଷଭ ପ୍ରକାଶ କରିଛନ୍ତି। ବଢୁଥିବା ଖରାର ପ୍ରକୋପ ସହ ଲୋକଙ୍କ ପାନୀୟ ଜଳ ସମସ୍ୟାକୁ ଦୃଷ୍ଟିରେ ରଖି ତୁରନ୍ତ ନଳକୂପକୁ ମରାମତି କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Comments
Loading...