ଦେବଗଡ (କୋଶଲ ନ୍ୟୁଜ୍):- ମ୍ୟୁଜିକ ପାର୍ଟି ଗାଡି ଦୁର୍ଘଟଣାରେ ଜଣେ ମୃତ ହୋଇଥିବା ବେଳେ ଅନ୍ଯ ଆଠ ଜଣ ଗୁରୁତର ଆହତ ହୋଇଛନ୍ତି। 49 ନମ୍ବର ଜାତୀୟ ରାଜପଥର ଆମ୍ବକଟା ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ବିବାହ ଉତ୍ସବ ପାଇଁ ବରଗଡ ଜିଲ୍ଲା ଗାଇସିଲେଟ ଥାନା ଅନ୍ତର୍ଗତ ଶ୍ରଦ୍ଧାପାଲି ଗ୍ରାମର କୁବେର ମ୍ୟୁଜିକ ପାର୍ଟିର ଡିଜେ ଗାଡି କଳାକାର ମାନଙ୍କୁ ନେଇ ଦେବଗଡ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଝରବାହାଳ ଗ୍ରାମ କୁ ଆସୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗାଡିର ଚକ ଫାଟି ଯିବାରୁ ଭାରସାମ୍ଯ ହରାଇ ଗାଡିଟି ଡିଭାଇଡର ରେ ପିଟି ହୋଇ ଓଲଟି ପଡିଥିଲା। ଗାଡିରେ ଥିବା କଳାକାର ମାନଙ୍କ ମଧ୍ଯରୁ ଜଣଙ୍କର ମୃତ୍ଯୁ ହୋଇଥିବା ବେଳେ ଅନ୍ଯ ସମସ୍ତ କଳାକାର ଆହତ ହୋଇଛନ୍ତି। ଆହତ ହୋଇଥିବା ସମସ୍ତଙ୍କୁ ପ୍ରଥମେ ନିକଟସ୍ଥ ବାରକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ପରେ ସେମାନଙ୍କ ମଧ୍ଯରୁ ଗୁରୁତର ଆହତ ଆଠ ଜଣ ଙ୍କୁ ଦେବଗଡ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବାରକୋଟ ଥାନା ପୋଲିସ ଘଟଣାସ୍ଥଳ ରେ ପହଞ୍ଚି ଉଦ୍ଧାର କାର୍ଯ୍ଯ କରୁଛନ୍ତି। ଦେବଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପଜିଲ୍ଲାପାଳ ପରକ୍ଷିତ ସାହୁ ଓ ଜରୁରୀକାଳୀନ ଅଧିକାରୀ ହେମନ୍ତ ସିଂହ ଉଦ୍ଧାର କାର୍ଯ୍ଯ ତଦାରଖ କରିବା ସହ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ପହଞ୍ଚି ଗୁରୁତର ଆହତ ମାନଙ୍କୁ ଡାକ୍ତର ଙ୍କ ପରାମର୍ଶ କ୍ରମେ ବୁର୍ଲା ବଡ ଡାକ୍ତରଖାନା ପଠାଇଛନ୍ତି ।
ରିପୋର୍ଟ: ପୁଷ୍ପାଞ୍ଜଳି ବେହେରା (ଦେବଗଡ଼)