ଅନୁଗୁଳ (କୋଶଲ ନ୍ୟୁଜ୍):- ଅନୁଗୁଳ ଏଡିଜେ ତଥା ସ୍ବତନ୍ତ୍ର ଜଜ୍ ପୋସ୍କୋ ,ଜଣେ ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଅଭିଯୁକ୍ତ ହେଲେ ତାଳଚେର ଥାନା ଅନ୍ତର୍ଗତ ଶିବରାମପୁର ଗ୍ରାମର ଗୁଗୁ ପ୍ରଧାନ (୨୮ବର୍ଷ)
ସୂଚନା ମୁତାବକ ଗତ ତା ୨୯,୧୦,୨୦୨୧ ରିଖ ଗୁଗୁ ପ୍ରଧାନ ଜଣେ ୮ ବର୍ଷର ନାବାଳିକାକୁ ଚକୋଲେଟ ଦେବା ବାହାନାରେ ଘର ପଛ ପଟ ନଟି ବୁଦା ମୂଳକୁ ନେଇ ଜୋରଜବରଦସ୍ତି ଦୁଷ୍କର୍ମ କରିଥିଲା।
ଏ ସମ୍ପର୍କରେ ସମ୍ପୃକ୍ତା ନାବାଳିକା ନିଜ ପରିବାର ଲୋକଙ୍କୁ
ଜଣାଇବା ପରେ ସେମାନେ ତାଳଚେର ଥାନାରେ ଏକ ଲିଖ୍
ଏତଲା ଦେଇଥିଲେ । ଏତଲା ଆଧାରରେ ତାଳଚେର ଥାନାରେ
କେସ୍ ନମ୍ବର ୪୫୧/୨୦୨୧ରେ ଦଫା ୩୭୬, ୬ ପୋକସୋ
ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତ ଗୁଗୁ ପ୍ରଧାନକୁ ଗିରଫ କରି
ପୋଲିସ କୋର୍ଟ ଚାଲାଣ କରିଥିଲା।
ମଙ୍ଗଳବାର ଏଡିଜେ ତଥା ସ୍ବତନ୍ତ୍ର ଜଜ ପୋକସୋ ସୌମ୍ୟା
ଶୁଭଦର୍ଶିନୀ ମାମଲାର ଶୁଣାଣି କରି ୧୩ ଜଣ ସାକ୍ଷୀ ପ୍ରମାଣ
ଆଧାରରେ ଅଭିଯୁକ୍ତ ଗୁଗୁ ପ୍ରଧାନକୁ ୭ ବର୍ଷ ସଶ୍ରମ କାରାଦଣ୍ଡ
ଶୁଣାଣି କରିଛନ୍ତି । ଏଥି ସହିତ ୫ ହଜାର ଟଙ୍କା ଜରିମାନା ଆଦେଶ
ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ୩ ମାସ ଜେଲ ଦଣ୍ଡ
ଶୁଣାଣି କରିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଏହି କେସକୁ
ସ୍ପେଶାଲ ପିପି ସରୋଜ କୁମାର ପଟ୍ଟନାୟକ ପରିଚାଳନା
କରୁଥିଲେ।
