ଆଠମଲ୍ଲିକ (କୋଶଲ ନ୍ୟୁଜ୍):- ସୋସିଆଲ ମିଡ଼ିଆରେ ଅନେକ ଅଭିଯୋଗକୁ ଟୁଇଟର (ବର୍ତମାନର ଏକ୍ସ )ରେ ସମାଧାନ କରୁଥିବା ଆଠମଲ୍ଲିକ ଅଞ୍ଚଳର ଇଂ ଆଲୋକ ବେହେରାମାଳି ପୁରୀ ଟୁଇଟର ଆକ୍ଟିଭିଷ୍ଟ ଆସୋସିଏସନ ତରଫରୁ ପୁରୀ ସଂସ୍କୃତିଭବନ ଠାରେ ଆୟୋଜିତ ଚତୁର୍ଥ ବାର୍ଷିକ ଉତ୍ସବରେ ଓ ରାଜ୍ୟ ସ୍ତରୀୟ କର୍ମଶାଳା କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଛି । ଏଥି ସହିତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ସାମାଜିକ କର୍ମୀ ମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା । ବର୍ତମାନର ଯୁବପିଢ଼ି ସୋସିଆଲ ମିଡ଼ିଆକୁ ଅନେକ ସମୟରେ ଅପବ୍ୟବହାର କରୁଥିବା ବେଳେ ଆଠମଲ୍ଲିକ ଅଞ୍ଚଳର ଆଲୋକ ଏହାକୁ ସଠିକ ଉପଯୋଗ କରି ଶହ ଶହ ଲୋକଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ଟୁଇଟର (ବର୍ତମାନର ଏକ୍ସ ) ମାଧ୍ୟମରେ ଅଭିଯୋଗ କରି ଲୋକଙ୍କ ସମସ୍ୟାକୁ ସମାଧାନ କରୁଥିବାରୁ ତାଙ୍କୁ ସମ୍ବର୍ଦ୍ଧନା ପରେ ଆଠମଲ୍ଲିକ ଅଞ୍ଚଳର ଶିକ୍ଷିତ ବୁଦ୍ଧିଜୀବିମାନେ ମଧ୍ୟ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଆଗାମୀ ଦିନରେ ସମାଜମଙ୍ଗଳ କାର୍ଯ୍ୟକ୍ରମ ଆହୁରି ହାତକୁ ନେବାକୁ କହିଛନ୍ତି ।
