ଆଇନ ସଚେତନତା ଶିବିର

ଅନୁଗୁଳ (କୋଶଲ ନ୍ୟୁଜ୍):- ଅନୁଗୋଳ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୋଳର ଅଧ୍ୟକ୍ଷ ଦାମୋଦର ରଥଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୋଳ ତରଫରୁ ସ୍ଥାନୀୟ ଆଦର୍ଶ ଆଇନ ମହାବିଦ୍ୟାଳୟ,ଅନୁଗୋଳ ଠାରେ ଏକ ଆଇନ ସଚେତନତା ଶିବିର ଅନଷ୍ଠିତ ହୋଇଯାଇଅଛି ।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ଅନୁଗୋଳର ସଦସ୍ୟ ପରମାନନ୍ଦ ମିଶ୍ର, ଶିଶୁ ମଙ୍ଗଳ କମିଟି, ଅନୁଗୋଳର ସଦସ୍ୟ କଲ୍ୟାଣ କିଶୋର ମହାନ୍ତି, ଡି.ଏସ.ପି ଲଳିତା ଲାକ୍ରା ପ୍ରମୁଖ ଉପସ୍ଥିତ ଥିଲେ। ମଞ୍ଚାସିନ ଅତିଥିମାନେ “କର୍ମକ୍ଷେତ୍ରରେ ମହିଳା ମାନଙ୍କ ଯୌନ ଉତ୍ପୀଡନ (ପ୍ରତିରୋଧ, ନିଷେଧ ଏବ ପ୍ରତିକାର) ଅଧିନିୟମ, ନାଗରିକ ମାନକର୍ ବିଭିନ୍ନ ମୌଳିକ କର୍ତ୍ତବ୍ୟ ଓ ଅଧିକାର ସମ୍ପର୍କିରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଆଇନସେବା ହିତାଧିକାରୀ ତାଙ୍କ ଆଇନଗତ ସମସ୍ୟା ବିଷୟରେ ମାଗଣାରେ ପରାମର୍ଶ କରିବା ପାଇଁ ନାଲସା ହେଲ୍ପଲାଇନ ନମ୍ବର -୧୫୧୦୦ ସହ ଯୋଗାଯୋଗ କରିପାରିବେ ବୋଲି ମଞ୍ଚାସିନ ଅତିଥିମାନେ ପ୍ରକାଶ କରିଥିଲେ।

ଏହି କାର୍ଯ୍ୟକ୍ରମରେ ଆଦର୍ଶ ଆଇନ ମହାବିଦ୍ୟାଳୟ,ଅନୁଗୋଳର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମଟିକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ ପରିଚାଳନା କରିଥିଲେ I ସର୍ବଶେଷରେ ଆଦର୍ଶ ଆଇନ ମହାବିଦ୍ୟାଳୟ,ଅନୁଗୋଳର ଅଧକ୍ଷ ଡ଼ ଚୁନୁରାମ ସୋରେନ ଧନ୍ୟବାଦ ଅର୍ପଣ କରିଥିଲେ ।

Comments
Loading...