ଅନୁଗୋଳ (କୋଶଲ ନ୍ୟୁଜ୍):- ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲ ବ୍ୟାରେଜ ସରକାରୀ ଉଚ୍ଚ ବିଦ୍ୟାଳୟରେ “ବେଟି ବଚାଓ, ବେଟି ପଢ଼ାଓ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଆଜି ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ବୁଦ୍ଧିମନ୍ତ ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ବସ୍ତୁ ଥିଲା କି ସମାଜରେ ବେଟି, ଅର୍ଥାତ ଝିଅ ମାନେ ଅବହେଳିତ, ତେଣୁ ଝିଅ ମାନଙ୍କୁ ଉତ୍ସାହ କରିବା ପାଇଁ ଏକ ନାଟକ “ବେଟି ବଚାଓ, ବେଟି ପଢ଼ାଓ “ସ୍କୁଲର ଛାତ୍ର ଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିଲା ।

ପ୍ରଥମେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ତାଙ୍କ ବକ୍ତବ୍ୟରେ କହିଥିଲେ କି ସମାଜରେ ପୁଅ ଝିଅ ସବୁ ସମାନ । ତେଣୁ ଝିଅ ମାନଙ୍କୁ ଉତ୍ସାହ କରି ନିୟମିତ ସ୍କୁଲ ଆସିବାକୁ ପରାମର୍ଶ ଦେଇଥିଲେ । ଛୋଟ ବୟସରେ ମୋବାଇଲ ନ ଧରି ପାଠ ପଢ଼ାରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । କାରଣ କୋମଳ ମତି ପିଲାମାନେ ମୋବାଇଲ ବ୍ୟବହାର ଦ୍ୱାରା ଶ୍ରବଣ ଶକ୍ତି ନଷ୍ଟ ଓ ମସ୍ତିଷ୍କରେ ଚାପ ପଡିଥାଏ । ତେଣୁ ନିୟମିତ ସ୍କୁଲ ଆସିବା ସହିତ ଘରେ ଅଭିଭାବକ ପାଠ ପଢ଼ା ପ୍ରତି ଧ୍ୟାନ ଦିଅନ୍ତୁ ବୋଲି ପ୍ରଧାନ ଶିକ୍ଷକ ପରାମର୍ଶ ଦେଇଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀଯୁକ୍ତ ବୁଦ୍ଧିମନ୍ତ ସାହୁ କହିଥିଲେ କି କନ୍ୟା ସନ୍ତାନ ମଧ୍ୟ ପୁଅ ଠାରୁ କମ ନୁହେଁ । ସମସ୍ତ ଅଭିଭାବକ ମାନଙ୍କୁ ବୁଝାଇଥିଲେ କି ପୁଅ ସହିତ ଝିଅ ମାନଙ୍କୁ ମଧ୍ୟ ପ୍ରତିଦିନ ବିଦ୍ୟାଳୟ ପଠାନ୍ତୁ । ଆଜିର ଯୁଗରେ ଝିଅ ମଧ୍ୟ ମହାକାଶ ଯାତ୍ରା କରି ସଫଳତାର ସହ ପୃଥିବୀ ପୃଷ୍ଟକୁ ଫେରି ଆସି ପାରୁଛି । ସଭା ପରେ “ବେଟି ବଚାଓ, ବେଟି ପଢ଼ାଓ “ନାଟକ ଅନୁଷ୍ଠିତ ହୋଇଥିଲା । ପରିଶେଷରେ ପ୍ରଧାନ ଶିକ୍ଷକ ଓ ପରିଚାଳନା କମିଟି ସଭାପତି ବୁଦ୍ଧିମନ୍ତ ସାହୁ ପିଲାମାନଙ୍କୁ ବାର୍ଷିକ ପରୀକ୍ଷାର ପ୍ରଗତି ପତ୍ର ପ୍ରଦାନ କରିଥିଲେ । ଆସନ୍ତା ଉତ୍କଳ ଦିବସ ଓ ବିଦ୍ୟାଳୟ ପ୍ରବେଶ, ଖଡ଼ି ଛୁଆଁ କାର୍ଯ୍ୟକ୍ରମର ପ୍ରସ୍ତୁତି ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା । ଶେଷରେ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ଧନ୍ୟବାଦ ସହିତ ଅଭିଭାବକ / ଅଭିଭାବିକା ମାନଙ୍କୁ ମଧ୍ୟ୍ୟ ଧନ୍ୟବାଦ ଦେଇ ସଭା ସଙ୍ଗ କରାଯାଇଥିଲା ।
ରିପୋର୍ଟ: ଖୋଗେଶ୍ବର ନାଏକ (ତାଲଚେର)