ସ୍ୱାମୀ ମୃତ୍ୟୁକୁ ୧୦ ବର୍ଷ ତଥାପି ବିଧବା ଭତ୍ତାରୁ ବଞ୍ଚିତ ରଜନୀ ବେହେରା

କନ୍ଧମାଳ (କୋଶଲ ନ୍ୟୁଜ୍):- ସରକାର ବୃଦ୍ଧବୃଦ୍ଧା ମାନଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା, ସ୍ୱାମୀ ପରିତ୍ୟକ୍ତ ମହିଳା ମାନଙ୍କ ପାଇଁ ସ୍ୱାମୀ ପରିତ୍ୟକ୍ତ ଭତ୍ତା, ବିକଳାଙ୍ଗ ମାନଙ୍କ ବିକଳାଙ୍ଗ ଭତ୍ତା ଓ ବିଧବା ମହିଳା ମାନଙ୍କ ପାଇଁ ବିଧବା ଭତ୍ତା ଭଳି ଅନେକ ଯୋଜନା କରିଛନ୍ତି । ହେଲେ ପଞ୍ଚାୟତ ଓ ବ୍ଲକ ପ୍ରଶାସନିକ ଅଧିକାରୀ ମାନଙ୍କ ଅବହେଳା ଓ ଯୋଗୁଁ ମିଳି ପାରିନାହିଁ ବିଧବା ଭତ୍ତା । ଏମିତି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ପିଅନପଡ଼ା ଆଠ ନମ୍ବର ୱାର୍ଡର ମୁନିସିପାଲିଟି ର ଆସିଛି ଏପରି ଏକ ଅଭିଯୋଗ । ଫୁଲବାଣୀ ଅଧୀନରେ ଥିବା ପିଅନପଡ଼ା ସାହିର ରଜନୀ ବେହେରା ବୟସ ୫୪ । ଆଜକୁ ପ୍ରାୟ ୧୦ ବର୍ଷ ତଳେ ରଜନୀ ବେହେରା ଙ୍କ ସ୍ୱାମୀ ହାସିମ ଖାନ୍ ଗୋଟିଏ ସନ୍ତାନଙ୍କୁ ରଜନୀ ବେହେରା ଙ୍କ ଦାୟିତ୍ୱରେ ଛାଡି ଆରପାରିକୁ ଚାଲିଗଲା ।ସ୍ୱାମୀଙ୍କ ମୃତ୍ୟୁ ପରେ ରଜନୀ ବେହେରା ଙ୍କ ପାଇଁ ସବୁ ରାସ୍ତା ବନ୍ଦ ହୋଇଗଲା ।

ସେ ନିଜେ କେମିତି ବଞ୍ଚିବେ ଓ ତିନି ଜଣଙ୍କୁ କେମିତି ପାଳିବେ ସେ ଚିନ୍ତାରେ ଘାଣ୍ଟି ହୋଇଗଲେ । ସରକାର ବିଧବା ମାନଙ୍କୁ ବିଧବା ଭତ୍ତା ଦେଉଥିବା ଜାଣି ୧୦ ବର୍ଷ ହେଲାଣି ମୁନିସିପାଲିଟି ଓ ଜିଲ୍ଲାପାଳ କାର୍ଯ୍ୟାଳୟକୁ ଦୌଡୁଛନ୍ତି । ହେଲେ ଆଜିଯାଏ ସେ ବିଧବା ଭତ୍ତା ଖଣ୍ଡିକ ପାଇପାରିଲେନାହିଁ ।ଏପରି କି ପରିବାରର ୪ ସଦସ୍ୟ ଅଛନ୍ତି ।ଚଳାଚଳରେ ଅସୁବିଧା ହେବାରୁ ଏବେ ସେ ତନି ଜଣଙ୍କ ସହିତ ଫୁଲବାଣୀ ମୁନିସିପାଲିଟି ଅଧୀନରେ ଥିବା ପିଅନପଡ଼ା ସାହିରେ ଥିବା ନିଜ ଘରେ ଆଶ୍ରୟ ନେଇଛନ୍ତି ।ପ୍ରଶାସନ ଉକ୍ତ ମହିଳାଙ୍କୁ ଯଥାଶୀଘ୍ର ବିଧବା ଭତ୍ତା ଯୋଗେଇ ଦେବାକୁ ସାଧାରଣରେ ଦାବୀ ହେଉଛି ।ଏ ବିଷୟରେ ମୁନିସିପାଲିଟି ସାମାଜିକ ସୁରକ୍ଷା ଅଧିକାରୀ ଙ୍କୁ ପଚାରିବାରୁ ସେ ରଜନୀ ବେହେରା ଙ୍କୁ ବିଧବା ଭତ୍ତା ପାଇଁ ଅନ ଲାଇନ କରି ଦିଆହୋଇଛି । ତାଙ୍କର କାଗଜପତ୍ର ସମ୍ପୂର୍ଣ୍ଣ ହେଲେ ଭତ୍ତା ମିଳିଯିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି । ବର୍ତମାନ ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ରଜନୀ ବେହେରାଙ୍କୁ କେବେ ଭତ୍ତା ଯୋଗାଇ ଦେବ ଦେଖିବାକୁ ବାକିରହିଲା ?

Comments
Loading...