ନବରଙ୍ଗପୁର (କୋଶଲ ନ୍ୟୁଜ୍):- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଠାରେ 30ବର୍ଷ ପରେ ୧୯୯୪ ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି।ସୂଚନାଯୋଗ:- ଆଜି ଆପରାନ୍ନ ୨ ଘଣ୍ଟା ସମୟରେ ଡାବୁଗାଁ କଲ୍ୟାଣୀ ମଣ୍ଡପରେ ଡାବୁଗାଁ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ୧୯୯୪ ମେଟ୍ରିକ ବ୍ୟାଚର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ମେଟ୍ରିକ ବ୍ୟାଚର ବିଶ୍ୱ ରଞ୍ଜନ ପାତ୍ର, ତାତା ରାଓ, ତୀରପତି ଜେନା, ବାସନ୍ତୀ ପାତ୍ର, ଅନିତା ବେହେରା, ଫୁଲସିଂ ଯାନୀ ଅଭିରାମ ପାଢ଼ୀ, ପ୍ରଦୀପ ସାହୁ ସହ ୩୦ ରୁ ଉର୍ଦ୍ଧ ସହ ପାଠୀ ଭାଇ ଭଉଣୀ ଏବଂ ସେହି ସମୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ମହାନ୍ତି, ଶିକ୍ଷକ ସରୋଜ କୁମାର ତ୍ରିପାଠୀ, ଶିକ୍ଷକ ଅଜୟ ବଳବ ପଣ୍ଡା,ଶିକ୍ଷକ ସୁଦର୍ଶନ ନାୟକ, ଶିକ୍ଷକ ବସନ୍ତ ଦାସ୍ ଶିକ୍ଷକ ପଣ୍ଡା ଓ ଗୁରୁମା ମାନେ ଉପସ୍ଥିତି ରହି ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ସାଧୁବାଦ ଦେଇ ଥିଲେ। ୩୦ ବର୍ଷପାରେ ଏହି ବନ୍ଧୁମିଳନ ହୋଇ ଥିବାରୁ ସମସ୍ତଙ୍କ ମନରେ ଏକ ଖୁସିର ମହଲ ସୃଷ୍ଟି ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ହେଇଥିଲା।
ରିପୋଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)