ସର୍ଟସର୍କିଟ ଯୋଗୁଁ ଜଳିଗଲା ଘର : ୩୨ ହଜାର ଟଙ୍କା ସହିତ ଆସବାବପତ୍ର ନଷ୍ଟ

ଦେବଗଡ଼ (କୋଶଲ ନ୍ୟୁଜ୍):- ଇଲେକ୍ଟ୍ରି ତାର ସର୍ଟ ସର୍କିଟ ଯୋଗୁଁ ଘରେ ଲାଗିଲା ନିଆଁ ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଦଣ୍ଡାସିଂହା ପଞ୍ଚାୟତ ଅନ୍ତର୍ଗତ ବାଲିରୋଇ ଗାଁ ରେ। ସୂଚନାଅନୁଯାୟୀ ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ଦଣ୍ଡାସିଂହା ପଞ୍ଚାୟତ ଅନ୍ତର୍ଗତ ବାଲିରୋଇ ଗ୍ରାମର ଗିରିଧାରୀ ସାହୁଙ୍କ ଘରେ ଆଜି ସକାଳ ପ୍ରାୟ ୯ଟା ସମୟ ରେ  ହଠାତ୍ ଘରେ ତାର ସର୍ଟସର୍କିଟ ଯୋଗୁଁ ଘରେ ନିଆଁ ଲାଗିଥିଲା ।

ସ୍ଥାନୀୟ ଲୋକ ଓ ଗ୍ରାମବାସୀଙ୍କ ସହାୟତା ରେ ବାରକୋଟ ଦମକଳ କେନ୍ଦ୍ରକୁ ସୂଚନା ଦେବା ସହିତ ନିଆଁକୁ ଆୟତ କରିବା ପାଇଁ ବହୁ ଚେଷ୍ଟା କରିଥିଲେ । ସୂଚନା ପାଇ ଘଟଣା ସ୍ଥଳକୁ ଦମକଳବାହୀ ପହଞ୍ଚି ନିଆଁକୁ ଆୟତ କରିଥିଲେ ମଧ୍ୟ ଅନେକ ଆସବାବପତ୍ର ସହିତ ୩୨ ହଜାର ଟଙ୍କା ପୋଡ଼ି ପାଉଁଶ ହୋଇଯାଇଥିଲା। ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଘରେ ଥିବା ବଳଦ ବିକ୍ରି କରି ୩୨ ହଜାର ଟଙ୍କା ରଖିଥିବା ନଷ୍ଟ ହେଇଥିବାରୁ ଚିନ୍ତାରେ ପରିବାର ଲୋକେ। ଏହି ଘଟଣାର ସୂଚନା ପାଇ ବାରକୋଟ ରାଜସ୍ୱ ନିରୀକ୍ଷକ ମଧ୍ୟ ପହଞ୍ଚି ଗିରିଧାରୀ ସାହୁଙ୍କ ପରିବାରକୁ ସାନ୍ତ୍ଵନା ଦେଇ କହିଛନ୍ତି କି ସରକାରଙ୍କ ତରଫରୁ ଆବଶ୍ୟକ ସହାୟତା ନିଶ୍ଚୟ ଯୋଗାଇ ଦିଆଯିବ ।


ରିପୋର୍ଟ : ପୁଷ୍ପାଞ୍ଜଳୀ ବେହେରା (ବାରକୋଟ)

Comments
Loading...