ମାଲକାନଗିରି (କୋଶଲ ନ୍ୟୁଜ୍) ଗତକାଲି ଏମଭି-୫୧ ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା ।ଡ୍ରାଇଭର ଗୁରୁତର ଆହତ କଲା ହେରପର୍ l ଗତକାଲି ରାତିରେ ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଉଣ୍ଡୁରୁକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମଭି-୫୧ ଗ୍ରାମରେ ଏକ ମିନି ଟ୍ରକ କୌଣସି କାମରେ ଯାଉଥିଲା l
ଗ୍ରାମରେ ପହଞ୍ଚିବା ପରେ କୌଣସି କାରଣକୁ ନେଇ ଗାଡ଼ି ଡ୍ରାଇଭର ଓ ହେଲପର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ରାଗିଯାଇ ହେଲପର ଜଣକ ଡ୍ରାଇଭରଙ୍କୁ ମରଣାନ୍ତକ ଆକ୍ରମଣ କରି, ଗୁରୁତର ଆହତ ହେଇଥିବା ଡ୍ରାଇଭରଙ୍କୁ ରକ୍ତରେ ଜୁଡ଼ୁବୁଡ଼ୁ ଅବସ୍ଥାରେ ଏମଭି-୫୧ କେନାଲ ନିକଟରେ ଫିଙ୍ଗି ଦେଇ ଗାଡ଼ି ଧରି ପଳାଇବାକୁ ଉଦ୍ୟମ କରୁଥିଲା । ହେଲ୍ପର ଫେରାର ହେବା ସମୟରେ ଗ୍ରାମବାସୀ ମାନେ ମିନି ଟ୍ରକକୁ ଅଟକାଇବା ସହ ହେଲପରକୁ ଅଟକ ରଖିଥିଲେ । ଏହା ପରେ ଗ୍ରାମବାସୀ ମାନେ ଆହତ ଡ୍ରାଇଭରଙ୍କ ସହ ଅଟକ ରଖିଥିବା ହେଲପରକୁ ଆମ୍ବୁଲାନ୍ସ ଯୋଗେ ପଡ଼ିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସିତ କରାଇଥିବା ଜଣାପଡିଛି ।
