ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା କୁ ଦିନିକିଆ ଗ୍ରସ୍ତ ରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାରତ ସରକାର ତଥା ଲୋକସଭା ସାଂସଦ ସମ୍ବଲପୁର ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଦେବଗଡ଼ ଗ୍ରସ୍ତ ରେ ଆସି ତିଲେଇବଣି ବ୍ଲକ ସାମନ୍ତରାପାଲି ଗ୍ରାମରେ ବନଖଣ୍ଡ ବିଭାଗ ପକ୍ଷରୁ ୭୬ତମ ବନ ଉତ୍ସବ ସପ୍ତାହ ବୃକ୍ଷ ରୋପଣ ଅଭିଯାନ ମା ପାଇଁ ଗଛ ଟିଏ ଶୁଭାରମ୍ଭ କରିଥିଲେ । ପରେ ଏକ ଭ୍ରମ୍ୟମାଣ ସବୁଜ ସଚେତନତା ରଥକୁ ଶୁଭାରମ୍ଭ କରିଥିଲେ। ଗୁଣ୍ଡିଚା ମନ୍ଦିର ଯାଇ ମହାପ୍ରଭୁ ଜଗନ୍ନାଥ ଙ୍କ ଦର୍ଶନ କରି ନୂତନ ବସଷ୍ଟାଣ୍ଡ ର ଶୁଭାରମ୍ଭ କରିଥିଲେ । ପରେ ପରେ ପ୍ରଧାନପାଟ ବଡ଼ବଗିଚା ଠାରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଙ୍କ ସଭାପତିତ୍ୱ ରେ ଆୟୋଜିତ ଗରିବ କଲ୍ୟାଣ ଓ ବିକାଶ ସମାବେଶ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭାରତ ସରକାର ତଥା ଲୋକସଭା ସାଂସଦ ସମ୍ବଲପୁର ଶ୍ରୀଯୁକ୍ତ ପ୍ରଧାନ ଯୋଗଦେଇ ଜିଲ୍ଲା ର ୧୪ ଟି ବିଭାଗର ୪୫ ଟି ପ୍ରକଳ୍ପ ବ୍ୟୟ ଅଟକଳ ୧୬୩ କୋଟି ୮୫୭ ଲକ୍ଷ ଓ ୩ଟି ଭିତ୍ତି ପ୍ରସ୍ତର ସ୍ଥାପନ ର ଡିଜିଟାଲ ମାଧ୍ୟ୍ୟମରେ ଶୁଭ ଉଦଘାଟନ କରିଛନ୍ତି ।

ଦେବଗଡ଼ ଜିଲ୍ଲାକୁ ରାଜ୍ୟ ରେ ଏକ ବିକଶିତ ଓ ଅଗ୍ରଣୀ ଭାବରେ ଗଢି ତୋଳିବା ପାଇଁ ପ୍ରତିଶୃତି ଦେବା ସହ ଜନସାଧାରଣ ଙ୍କ ସହଯୋଗ କାମନା କରିଥିଲେ। କାର୍ଯ୍ୟକ୍ରମ ରେ ମାନ୍ୟବର ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ,ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ଓଡିଶା ସରକାର ଶ୍ରୀଯୁକ୍ତ ରବି ନାରାୟଣ ନାଏକ, ମାନ୍ୟବର ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ ବରଣ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲାର ରାଜସ୍ବ ବିଭାଗ ପକ୍ଷରୁ ପଟ୍ଟା, ବନଖଣ୍ଡ ବିଭାଗ ପକ୍ଷରୁ ଜଙ୍ଗଲ ଜମି ପଟ୍ଟା, ଶ୍ରମ ବିଭାଗ ପକ୍ଷରୁ ୨୫୩ ଜଣ ହିତାଧିକାରୀଙ୍କୁ ୧, ୩୧, ୪୪, ୮୦୦ ଟଙ୍କା ଅନୁଦାନ ପ୍ରଦାନ କରାଯାଇଥିଲା। ସେହିପରି ଶିକ୍ଷା ସହାୟତା ୧୦୮ ଜଣଙ୍କୁ ୮, ୩୯, ୮୦୦ ଟଙ୍କା, ବିବାହ ସହାୟତା ୩୮ ଜଣଙ୍କୁ ୧୯, ୦୦, ୦୦୦ ଟଙ୍କା, ମୃତ୍ୟୁ ସହାୟତା ୩୮ ଜଣଙ୍କୁ ୯୯, ୦୦, ୦୦୦ ଟଙ୍କା, ଦାହ ସହାୟତା ୩୭ ଜଣଙ୍କୁ ୧, ୮୫, ୦୦୦ ଟଙ୍କା ପ୍ରଦାନ କରାଯାଇଥିଲା। ଶେଷରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଧନ୍ୟବାଦ ଅର୍ପଣ କରିଥିଲେ ।