ପ୍ରତିଶ୍ରୁତି ମିଳୁଛି କାର୍ଯ୍ୟ ଶୂନ୍ୟ ; ଗ୍ରାମ ବାସୀ ଙ୍କୁ କାଠ ପୋଲ ଭରଷା

କନ୍ଧମାଳ (କୋଶଲ ନ୍ୟୁଜ୍):- କନ୍ଧମାଳ ଜିଲ୍ଲା ର ଅନେକ ଦୁର୍ଗମ ଅଞ୍ଚଳରେ ଆଜିବି ରାସ୍ତା ନିର୍ମାଣ ହୋଇପାରିନି । ଆଉ କିଛି ଗାଁ କୁ ମାଟି ରାସ୍ତା ଥିଲେ ମଧ୍ୟ ପୋଲ ନିର୍ମାଣ ହୋଇପାରୁନାହିଁ । ଫଳ ଲୋକେ ବର୍ଷ ବର୍ଷ ଧରି ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟତ କରୁଛନ୍ତି । କିନ୍ତୁ ରାସ୍ତା ଓ ପୋଲ ନିର୍ମାଣ ଦିଗରେ ପ୍ରଶାସନ ଦୃଷ୍ଟି ଦେଉନାହାନ୍ତି ବୋଲି କହିଛନ୍ତି ଗ୍ରାମବାସୀ । ଏମିତି ଏକ କାଠ ପୋଲ ଦୃଶ୍ୟ ଦେଖିବା ମିଳିଛି କ ନୂଆଗାଁ ବ୍ଲକ ଚାଞ୍ଚେଡ଼ି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଦେରମାହା ଗ୍ରାମ ବାସୀ ଦୈନଦିନ ଜୀବନଜୀବିକା ଓ ର ପିଡିଏସ୍ ସାମଗ୍ରୀ, ଭତ୍ତା ପାଇଁ, ପଞ୍ଚାୟତ କାର୍ଯ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର କୁ ଏହି କାଠପୋଲ ଅତିକ୍ରମ କରିବା କୁ ପଡ଼ୁଛି । ଏହି କାଠପୋଲ ଦେଇ ଅଙ୍ଗନୱାଡ଼ି କେନ୍ଦ୍ର ଯିବାକୁ ପଡ଼ୁଥିବାରୁ ଅଞ୍ଚଳ ବାସୀ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ଗାଁକୁ ଭଲ ରାସ୍ତା ଖଣ୍ଡିଏ ନଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପହଞ୍ଚି ପାରୁନଥିବା କହିଛନ୍ତି । ଏହି କାଠପୋଲ ଦେଇ ଅଙ୍ଗନୱାଡ଼ି କିମ୍ବା ପଞ୍ଚାୟତ କାର୍ଯ୍ୟାଳୟ ନିକଟସ୍ଥ ହେଉଥିବାରୁ ଅଞ୍ଚଳବାସୀ କାଠପୋଲ ହିଁ ଭରଷା । ବିପଦପୂର୍ଣ୍ଣ କାଠପୋଲ ଦେଇ ଯାତାୟତ ସମୟ ରେ କୈାଣସି ମୁହୁର୍ତରେ କିଛି ବି ଘଟିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ପୋଲ ନିର୍ମାଣ ନିମନ୍ତେ ବାରମ୍ବାର ବ୍ଲକ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରୁଥିଲେ ମଧ୍ୟ କୈାଣସି ସୁଫଳ ମିଳୁନଥିବା ଉଭୟ ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି । ଲୋକେ ଯାତାୟାତ ପାଇଁ ସୁବିଧା ପାଇଁ ତୁରନ୍ତ ନାଳରେ ପୋଲ ନିର୍ମାଣ କରିବା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ଗ୍ରାମ ବାସୀ ଦାବି କରିଛନ୍ତି।

Comments
Loading...