ଭାରସାମ୍ୟ ହରାଇ ଅଲଟିଲା ପି. ଡ଼ି. ଏସ ଚାଉଳ ବୋଝଇ ଟ୍ରକ


ଦେବଗଡ଼ (କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ କଲା ଶ୍ରୀୟା ପେଟ୍ରୋଲ ପମ୍ପ ସମୁଖରେ ଭାରସାମ୍ୟ ହରାଇ ଓଲଟିଲା ପି. ଡି. ଏସ ଚାଉଳ ବୋଝଇ ଟ୍ରକ।ସ୍ଥାନୀୟ ଲୋକଙ୍କ ସୂଚନା ଆନୁଯାୟୀ OD 28-1715 ନମ୍ବରର ପି ଡି ଏସ ଚାଉଳ ବୋଝେଇ ଟ୍ରକ ବାରକୋଟ ଅନ୍ତର୍ଗତ ଗୋପପୁର ଗ୍ରାମର ଚାଉଳ ଗୋଦାମରୁ ,ଚାଉଳ ବୋଝେଇ କରି,ମଧ୍ୟପୂର୍ ଗ୍ରାମପଞ୍ଚାୟତ କୁ ଚାଉଳ ନେଇ ଯାଉଥିବା ସମୟର ଗାଡ଼ିର ବେଗ ଅତ୍ୟଧିକ ଥିବା ଯୋଗୁଁ ଗାଡ଼ି ଚାଳକ ଗାଡ଼ିକୁ ଆୟତ କରିପାରି ନଥିଲେ, ଫଳରେ ଗାଡ଼ିଟି ଶ୍ରୀୟା ପେଟ୍ରୋଲ ଟାଙ୍କି ସମୁଖରେ ଭାର ସାମ୍ୟ ହରାଇ ଅଲଟି ପଡିଥିଲା । ଏହି ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇ ନଥିବା ସୂଚନା ମିଳିଛି।ସୂଚନା ପାଇ ବାରକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଥିବା ଜଣା ପଡିଛି ।

ରିପୋର୍ଟ: ପୁଷ୍ପାଞ୍ଜଳି ବେହେରା (ବାରକୋଟ)

Comments
Loading...