ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ସ୍ତରୀୟ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ


ନବରଙ୍ଗପୁର (କୋଶଲ ନ୍ୟୁଜ୍):- ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧୀନ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ତରଫରୁ ବ୍ଲକ ସ୍ତରୀୟ ଶୈକ୍ଷିକ ପରିଭ୍ରମଣ କାର୍ଯ୍ୟକ୍ରମ ରବିବାର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଡାବୁଗାଁ ବ୍ଲକ ଅଧୀନ ୮ ଟି କ୍ଲଷ୍ଟର ରୁ ସମସ୍ତ ସରକାରୀ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ମୋଟ ୨୯୭ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ଶୈକ୍ଷିକ ପରିଭ୍ରମଣ କରିଥିଲେ । ଏଥିରେ ସମସ୍ତ ଛାତ୍ର ଛାତ୍ରୀ ବ୍ଲକ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ଠାରୁ ୬ ଟି ବସ ଯୋଗେ ବାହାରି ପ୍ରଥମେ ପାପଡାହାଣ୍ଡି ସ୍ଥିତ ସହିଦ ମିନାର, ନବରଙ୍ଗପୁର ସ୍ଥିତ ଉଦ୍ଭିଦ ଉଦ୍ୟାନ ଚରକ ବନ, ଶ୍ରୀବନ, ସରକାରୀ ବହୁ ବୃତ୍ତି ମୂଳକ ଶିକ୍ଷାନୁଷ୍ଠାନ ଓ ପାପଡାହାଣ୍ଡି ପ୍ରାଣୀ ଉଦ୍ୟାନ ମୃଗ ଉଦ୍ୟାନ ବୁଲି ଦେଖିଥିଲେ । ଏଥିରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ର ଲକ୍ଷ୍ୟ ହେଉଛି ବିଜ୍ଞାନ, ଗଣିତ ଓ ପ୍ରଯୁକ୍ତି ବିଦ୍ୟା ଉପରେ ପ୍ରାଥମିକ ସ୍ତରରୁ ପିଲାମାନଙ୍କୁ ଉତ୍ସାହିତ କରିବା ମୁଖ୍ୟ ଉଦ୍ଦେଶ୍ୟ । ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଙ୍କ ତତ୍ଵାବଧାନରେ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଭଗବାନ ମାଝି ଓ ସନ୍ତୋଷ କୁମାର ସାହୁ, ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ, ହେମନ୍ତ କୁମାର ପଣ୍ଡା, ହେମେନ୍ଦ୍ର ବେହେରା, ଧନଞ୍ଜୟ ବଡଜେନା ଓ ଗୀତାଞ୍ଜଳି ବସ୍ତିଆ ଙ୍କ ସମେତ ୪୦ ଜଣ ସହାୟକ ଶିକ୍ଷକ ଓ ୨୯୭ ଜଣ ଛାତ୍ର ଛାତ୍ରୀ ପରିଭ୍ରମରେ ଯାଇଥିଲେ ।

ରିପୋର୍ଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)

Comments
Loading...