ବିଚିନ୍ମୟ ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ରଙ୍କୁ ସ୍ବର୍ଗତ ହର ପ୍ରସାଦ ନନ୍ଦଙ୍କ ସ୍ମୃତି ଉଦେଶ୍ୟରେ ସମ୍ବର୍ଦ୍ଧିତ


ଦେଵଗଡ଼ (କୋଶଲ ନ୍ୟୁଜ୍):-  ଆଜି ଚିନ୍ମୟ ବିଦ୍ଯାଳୟ ର ପ୍ରଥମ ସଭାପତି  ତଥା  ଅବସର ପ୍ରାପ୍ତ ଶିକ୍ଷକ ହରପ୍ରସାଦ ନନ୍ଦ ଙ୍କ  ଚତୁର୍ଥ
ଶ୍ରାଦ୍ଧ ଦିବସ ଅବସରରେ ଶ୍ରେଷ୍ଠ ଛାତ୍ରଙ୍କୁ ସ୍ବର୍ଗତ ନନ୍ଦଙ୍କ ସ୍ମୃତି ଉଦେଶ୍ୟରେ ଟ୍ରଫି ଓ ଅର୍ଥ ରାଶି ପ୍ରଦାନ କରାଯାଇ ଥିଲା। ଏହି ଅବସରରେ ସୁନାମୁଣ୍ଡା ସ୍ଥିତ  ବିଦ୍ଯାଳୟ ପରିସର ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।  ଏଥିରେ   ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନ ଓ ପୋୖର ପରିଷଦ ଭାରପାପ୍ତ ଅଧ୍ୟକ୍ଷ ପ୍ରଜିତ କୁମାର ଭୋଜ  ଯୋଗ ଦେଇ ସ୍ୱାମୀ ଚିନ୍ମୟା ନନ୍ଦ ସରସ୍ୱତୀ  ଏବଂ ହର ପ୍ରସାଦ ନନ୍ଦ ଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବିଦ୍ୟାଳୟ ର ଅଧ୍ୟକ୍ଷା ଅନିତା ବରାଳ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ପରିଚାଳନା କମିଟିର ସଦସ୍ୟ ଅଶୋକ ଦେଵ , ଗୋପବନ୍ଧୁ ପ୍ରଧାନ, ଜଗବନ୍ଧୁ ଶତପଥୀ , ଜୟନ୍ତ କୁମାର ସାହୁ  ,ହରେ କୃଷ୍ଣ ସାହୁ ,ଅଜିତ ମୋଦୀପ୍ରମୁଖ ଉପସ୍ଥିତ ରହି  ବିଦ୍ୟାଳୟ ପ୍ରତିଷ୍ଠା ରେ ସ୍ବର୍ଗତ ନନ୍ଦଙ୍କ ଅବଦାନ ଉପରେ ଆଲୋକପାତ କରିବା ସହ ସ୍ମୃତି ଚାରଣ କରିଥିଲେ । ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଯୋଗ ଦେଇ ସ୍ୱର୍ଗତ ନନ୍ଦଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।  ପରେ ନିକଟରେ ଅନୁଷ୍ଠିତ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ଚିନ୍ମୟ ବିଦ୍ୟାଳୟ ର ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ପୀୟୂଷ ପ୍ରଭାର ସାହୁ ଙ୍କୁ ମାନପତ୍ର ସହିତ ଅର୍ଥ ରାଶି ପ୍ରଦାନ ପୁର୍ବକ   ସମ୍ବର୍ଦ୍ଧିତ କରାଯାଇ ଥିଲା । ବିଦ୍ୟାଳୟ ର ଛାତ୍ରୀ ଶ୍ରଦ୍ଧା ପ୍ରଧାନ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଗତ ୨୦୨୨  ମସିହାଠାରୁ ବିଦ୍ୟାଳୟ ର ଦଶମ ଶ୍ରେଣୀ ର ଶ୍ରେଷ୍ଠ ଛାତ୍ରଛାତ୍ରୀ ଙ୍କୁ ସ୍ବର୍ଗତ ହର ପ୍ରସାଦ ନନ୍ଦଙ୍କ ସ୍ମୃତି ଉଦେଶ୍ୟରେ ପ୍ରଦାନ କରାଯାଉଛି।

Comments
Loading...