ବିଶ୍ଵ ନାଟକ ଦିବସରେ ମଞ୍ଚସ୍ଥ ହେଲା ବୁଢା ମାଷ୍ଟର ପ୍ରଦୀପ ପଣ୍ଡା ଓ ପ୍ରଦୀପ ଅମାନ୍ତଙ୍କୁ ବାମଣ୍ଡା ନାଟ୍ଯ ସମ୍ମାନ-୨୦୨୫

ଦେବଗଡ଼ (କୋଶଲ ନ୍ୟୁଜ୍):- ଜିଲ୍ଲାର ଅଗ୍ରଣୀ ନାଟ୍ଯIନୁଷ୍ଠାନ ବାମଣ୍ଡା କଳାକାର ସଂଘ ପକ୍ଷରୁ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୁଲ୍ୟରେ ବିଶ୍ଵ ନାଟକ ଦିବସ ପାଳନ ହୋଇଯାଇଛି I ଆଜି ସ୍ଥାନୀୟ ଟାଉନ ହଲ ପ୍ରେକ୍ଷାଳୟରେ ଅନୁଷ୍ଠାନର ସଭାପତି ବିପିନ ବିହାରୀ ନନ୍ଦଙ୍କ ପୌରହିତ୍ୟରେ ଆୟୋଜିତ ହୋଇଥିବା ଉଦଘIଟନୀ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧକ୍ଷ୍ୟ କୌଶିକ ପ୍ରଧାନଙ୍କ ସହିତ ସ୍ଵତନ୍ତ୍ର ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବିକା ବିଲୁଙ୍ଗ , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଧିରାଜ ଚୋପଦାର , ଭାରପ୍ରାପ୍ତ ନଗରପାଳ ପ୍ରଜିତ ଭୋଜ , ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ହେମନ୍ତ ମହାପାତ୍ର ଯୋଗ ଦେଇ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ଵଳନ ସହ ଶୁଭାରମ୍ଭ କରିଥିଲେ I ଏହି ଅବସରରେ ବର୍ଷିୟIନ ନାଟ୍ଯ କଳାକାର ପ୍ରଦୀପ ପଣ୍ଡା ଓ ପ୍ରଦୀପ ଅମାନ୍ତଙ୍କୁ ନାଟକ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବାମଣ୍ଡା କଳାକାର ସଂଘ ପକ୍ଷରୁ “ବାମଣ୍ଡା ନାଟ୍ଯ ସମ୍ମାନ -୨୦୨୫” ସମ୍ମାନରେ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଗଲା I

ଏହି ଅବସରରେ ଡ୍ରିମ ଡାନ୍ସ ଏକାଡେମୀର କଳାକାରମାନଙ୍କ ନୃତ୍ୟ ପ୍ରଦର୍ଶନ ଦର୍ଶକଙ୍କ ମନ ମୋହିଥିଲା I ବିଶ୍ଵ ନାଟକ ଦିବସ ପାଳନ ଅବସରରେ ବାମଣ୍ଡା କଳାକାର ସଂଘ ଦ୍ଵାରା ପ୍ରଯୋଜିତ , କୁମୁଦ ଶତପଥିଙ୍କ ରଚିତ ଓ ରୋମିଓ ମହାପାତ୍ର ଙ୍କ ନିର୍ଦ୍ଦେଶିତ ନାଟକ “ବୁଢା ମାଷ୍ଟର” ଦର୍ଶକଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା I ଏହି ନାଟକରେ ସନ୍ତୋଷ ସାହୁ , ଦିଲୀପ ଗୁରୁ , ପ୍ରଦୀପ ଅମାନ୍ତ , ସୁଶାନ୍ତ ନନ୍ଦ , ଶ୍ରବଣ କୁମାର , ଉପେନ୍ଦ୍ର ଭଞ୍ଜ , ପ୍ରୀତମ ବେହେରା , ଚିନ୍ମୟ ଦାସ , ତେଜସ୍ବିନୀ ନାୟକ , ଗୀତା ତିଵାରୀ , ଶିଶୁ କଳାକାର ଶIୟନI , ନିଶାନ୍ତ ଓ ନିଶାଳୀ ଅଭିନୟ କରିଥିବା ବେଳେ ସଂଗୀତ ନିର୍ଦ୍ଦେଶନ ଦେଇଥିଲେ ମନୋରଞ୍ଜନ ନାୟକ , ରାଜୀବ ପାତ୍ର , ମୃଣାନଲ ଶର୍ମା ଓ କଣ୍ଠଦାନ କରିଥିଲେ ଅରୁନ୍ଧତୀ ଦାସ I ବୁଢା ମାଷ୍ଟର ନାଟକରେ ମଞ୍ଚ ସଜ୍ଜା ସୌନୟା ନାୟକ କରିଥିବା ବେଳେ ଆଲୋକ ନିର୍ଦ୍ଧେଶନI ଦେଇଥିଲେ ପ୍ରଶାନ୍ତ ମୋହାପରାଣ ଓ ପୂର୍ଣା ଚନ୍ଦ୍ର ବୁଡ I ଉଦଯାପନୀ ସମାରୋହରେ ଅବସର ପ୍ରାପ୍ତ ଶିକ୍ଷକ ସୁଦର୍ଶନ ଦାସ , ଯୁଧିଷ୍ଠିର ଦାସ , ନିତ୍ଯାନନ୍ଦ ପ୍ରଧାନ ଓ ଡାକ୍ତର ବିଳସିନୀ ଦିବେଦୀ ସମୀକ୍ଷକ ଭାବେ ଯୋଗ ଦେଇ କଳାକାରମନକୁ ପୁରସ୍କୃତ କରିଥିଲେ I କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଅନୁଷ୍ଠାନର ସଦସ୍ୟ ଅବନୀ ମିଶ୍ର , ଚିନ୍ମୟ ସ୍ଵାଇଁ , ସୁମନ ମହାକୁଳ , ଗୋପଞ୍ଜଳି ପାଢୀ , ମୁକେଶ ଭଞ୍ଜ , ସୁଜାତା ବେହେରା ପ୍ରମୁଖ I

Comments
Loading...