ଆମ୍ବମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର ବାର୍ଷିକ ଉତ୍ସବ


(ଶିଶୁ ମନ୍ଦିର ଏକ ସାମାଜିକ ଆଦର୍ଶ ଚେତନା କେନ୍ଦ୍ର ସହ ମଣିଷ ତିଆରି କାରଖାନା -ରୁଦ୍ର ନାରାୟଣ ପାଣି)


ତାଳଚେର (କୋଶଲ ନ୍ୟୁଜ୍):- ଗତକାଲି ତା୦୭/୦୧/୨୦୨୪ ରିଖ ମଙ୍ଗଳବାର ଦିନ ଅପରାହ୍ନ ୩ ଟା୩୦ମିନିଟ ରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ୨୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବରେ ସାଂସଦ ରୁଦ୍ରପାଣି ମୁଖ୍ୟବକ୍ତା ଭାବରେ ବିଦ୍ୟାଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନର ପୂର୍ବକ୍ଷେତ୍ରର ସହମନ୍ତ୍ରୀ ହେମନ୍ତ ପାଣିଗ୍ରାହୀ, ମୁଖ୍ୟ ପ୍ରଶାସକ ପ୍ରତାପ ଚନ୍ଦ୍ର ଦେହୁରୀ ମଞ୍ଚାସୀନ ଥିଲେ ।ପ୍ରଧାନ ଅଚର୍ଯ୍ୟ ଶ୍ରୀ ମାୟାଧର ସାହୁ ଅତିଥି ମାନଙ୍କର ପରିଚୟ ପ୍ରଦାନ ଓ ବିବରଣୀ ପାଠ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀଯୁକ୍ତ ରୁଦ୍ର ନାରାୟଣ ପାଣି ଶିଶୁମନ୍ଦିର ଏକ ଆଦର୍ଶ ସାମାଜିକ ଚେତନା କେନ୍ଦ୍ରସହିତ ମଣିଷ ତିଆରି କାରଖାନା ଅଟେ ବୋଲି କହିଥିଲେ ।ଆଜି ସମାଜରେ ମଣିଷ ଶିଶୁମନ୍ଦିର ଆଦର୍ଶଛାତ୍ର ନିର୍ମାଣ ସହିତ ମାଆ ମାନମାଙ୍କର ଭୂମିକା ପ୍ରମୁଖ ଅଟେ ।ମୁଖ୍ୟବ୍ୟକ୍ତା ଶ୍ରୀଯୁକ୍ତ ହେମନ୍ତପାଣି ଭୂମିକା ଶିଶୁମନ୍ଦିର ଛାତ୍ର ଶିକ୍ଷାଦାନ ଗ୍ରହଣ କରିବା ସହିତ ମାତୃଭୂମିର ସେବାରେ ମଧ୍ୟବ୍ରତୀ ରୁହନ୍ତି ।ଆଦର୍ଶ ଛାତ୍ର ରୂପରେ ସାମଜରେ କାର୍ଯ୍ୟ କରନ୍ତି ।ପ୍ରଧାନ ଆଚାର୍ଯ୍ୟା ବାର୍ଷିକ ବିବରଣୀ ଓ ପରିଚୟ ପ୍ରଦାନ କରିବା ସହିତ ମୁଖ୍ୟ ପ୍ରଶାସକ ଶ୍ରୀ ପ୍ରତାପଚନ୍ଦ୍ର ଦେହୁରୀ ସଭାପତିତ୍ୱ ଅଭିଭାଷଣ ସହିତ ଧନ୍ୟବାଦ ଅର୍ପଣ କରିଥିଲେ । ମୁଖ୍ୟଅତିଥି କୃତୀ ଶିଶୁ ଭାଇଭଉଣୀ ମାନଙ୍କୁ ପୁରସ୍କୃତ କରିଥିଲେ । ଅନ୍ୟତମ ପ୍ରଶାସକ ଶ୍ରୀ ସୁଭାଷଚନ୍ଦ୍ର ପ୍ରଧାନ ଓ ଶ୍ରୀ ମୂଳିଆ ପ୍ରଧାନ,ରିଙ୍କୁ ଭାଇ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ସମସ୍ତ ଅଭିଭାବକ ଅଭିଭାବିକା ନିମନ୍ତ୍ରିତ ଅତିଥି, ସାମାଜିକ କାର୍ଯ୍ୟକର୍ତ୍ତା, ସଂଘ ପରିବାରର ସଦସ୍ୟ ବୃନ୍ଦ,ଅନ୍ୟ ବିଦ୍ୟାଳୟର ବହୁ ଆଚାର୍ଯ୍ୟ ଆଚାର୍ଯ୍ୟା ବିଦ୍ୟାଧର ପ୍ରଧାନ,ପ୍ରସନ୍ନକୁମାରସାହୁ,ଅର୍ପିତା ପ୍ରଧାନ
ତପସ୍ୱୀନୀ ସାହୁ,ସୁରେଶ ଚନ୍ଦ୍ର ବାରିକ,ସାଧନା ସାହୁ ସହିତ
ରୋହିତ ଓ ଅନ୍ୟ ସମସ୍ତ ଗୁରୁଜୀ ଗୁରୁମା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିଥିଲେ।

Comments
Loading...