ଡାବୁଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଆରମ୍ବ ହେଲା ଖଡ଼ିଛୁଆଁ ଓ ପ୍ରେବେଶ ଉତ୍ସବ


ନବରଙ୍ଗପୁର (କୋଶଲ ନ୍ୟୁଜ୍):- ଆଜି ସକାଳ ୧୦ ଘଟିକା ସମୟରେ ଡାବୁଗାଁ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ରୁ ବାହାରିଲା ପେବେଶ ଉତ୍ସବ ଏବଂ ଖଡ଼ିଛୁଆଁ ପାଈଁ ସଚେତନତା ରଥ। ଏହି ରଥକୁ ନଡ଼ିଆ ଭାଙ୍ଗି ସ୍ଵଭାରମ୍ବକଲେ ଡାବୁଗାଁ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ରଶ୍ମିତା ନେତମ ଏହି ଅବସରରେ ଉପସ୍ଥିତି ଥିଲେ ଡାବୁଗାଁ ଅତିରିକ୍ତ ଶିକ୍ଷା ଅଧିକାରୀ ଭଗବାନ ମାଝୀ ଏବଂ ସନ୍ତସ କୁମାର ସାହୁ, ତତେ ସଂଗେସଂଗେ ଡାବୁଗାଁ ସିଆରସି ପ୍ରସନ୍ନ କୁମାର ଦଣ୍ଡସେନା ଏବଂ ଡାବୁଗାଁ ସିଆରସି ହେମନ୍ତ କୁମାର ପଣ୍ଡା ଓ ଆଇସି ଡ଼ିଏସ ସୁପ୍ରବାଇଜର ମାନେ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। ରଥ ପାଥମେ ସ୍ଥାନୀୟ ବ୍ଲକ କଲାନି ବିଦ୍ୟାଳୟକୁ ଯାଇଥିଲା ଏବଂ ପରେ ବ୍ଲକର ବିଭିନ୍ନ ବିଦ୍ୟାଳୟକୁ ଗଲା।ଡାବୁଗାଁ ଓ ଘୋଡ଼ାଖୁଣ୍ଟା କ୍ଲଷ୍ଟର ର ପ୍ରଥମ ଓ ବାଲବାଟିକା ରେ ନୂତନ ଭାବେ ବିଦ୍ୟାଳୟ ରେ ପ୍ରବେଶ କରିଥିବା ୬୦୦ ଶିକ୍ଷାର୍ଥୀଙ୍କୁ ଉକ୍ତ କ୍ଲଷ୍ଟର ସିଆରସିସି ଙ୍କ ତରଫରୁ ପେନସିଲ ବଣ୍ଟନ କରାଗଲା। ଅଜିରୁ ଆରମ୍ବ ହୋଇଥିବା ଏହି ପ୍ରବେଶ ଉତ୍ସବ ଆଗାମୀ ୫ ତାରିଖ ପର୍ଯ୍ୟନ୍ତ ଚଳିବ।

ରିପୋର୍ଟ : ମିହିର ଶଙ୍କର ପାତ୍ର (ନବରଙ୍ଗପୁର)

Comments
Loading...