ତୁମୁଡିବନ୍ଧ (କୋଶଲ ନ୍ୟୁଜ୍ ) :- କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ଶନି ମନ୍ଦିର ଛକରେ ଅନୁଷ୍ଠିତ ଦିନିକିଆ ଶନିଶ୍ଚରାୟ ମେଳା ଉଦଯାପିତ ହୋଇଯାଇଛି । ଗତ ୧୨ ବର୍ଷ ଧରି ସ୍ଥାନୀୟ ଭକ୍ତଗଣଙ୍କ ସହଯୋଗ ଏବଂ ଶନି ମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ପ୍ରଚେଷ୍ଟାରେ ତୁମୁଡିବନ୍ଧ ବ୍ଲକବାସୀ ତଥା ସମଗ୍ର ବିଶ୍ୱର ମଙ୍ଗଳ କାମନା କରି ପ୍ରତ୍ୟେକ ବର୍ଷ ବାର୍ଷିକ ଉତ୍ସବ ଭାବେ ଶନିଶ୍ଚରାୟ ମେଳା ଅନୁଷ୍ଠିତ ହୋଇଆସୁଛି ।

ଚଳିତ ବର୍ଷ ଶନି ମନ୍ଦିର ପରିଚାଳନା କମିଟି ସଭାପତି ଭଞ୍ଜକିଶୋର ତନ୍ତୀଙ୍କ ନେତୃତ୍ୱରେ ଶନିମନ୍ଦିର ପ୍ରାଙ୍ଗଣରେ ତୁମୁଡିବନ୍ଧ ବ୍ଲକ ତଥା ଆଖପାଖ ଗ୍ରାମରୁ ସାହସ୍ରାଧିକ ଭକ୍ତଙ୍କ ସମାଗମରେ ବାର୍ଷିକ ଉତ୍ସବ ଶନିଶ୍ଚରାୟ ମେଳା ଅନୁଷ୍ଠିତ ହୋଇଥିଲା । ଶ୍ରୀରାମ ଧୂନରେ କମ୍ପି ଉଠିଥିଲା ଚତୁଃର୍ଦିଗ । ଏକ ହଜାର ଭକ୍ତଙ୍କ ନିମନ୍ତେ ଅନ୍ନ ଭୋଗ ଆୟୋଜନ କରାଯାଇଥିଲା । ଶନିବାର ଦିନ ଉଦଯାପନୀ ଉତ୍ସବ ସନ୍ଧ୍ୟାରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ରୁ ସୁନାମଧନ୍ୟ ପୁରାଣ ଗାୟିକା ରଶ୍ମିତା ମିଶ୍ର ଏବଂ ଦଳ ଶତାଧିକ ଭକ୍ତଙ୍କୁ ଆଧ୍ୟାତ୍ମିକଭାବରେ ମନମୁଗ୍ଧ କରିଥିଲେ ।
ରିପୋର୍ଟ: ପ୍ରବୀଣ କୁମାର ପଟ୍ଟନାୟକ