କାଳବୈଶାଖୀ ର ତାଣ୍ଡବ ଭାଙ୍ଗିଲା ଘର ଆଜବେଷ୍ଟସ ଟାଇଲ୍ସ

ଦେବଗଡ଼(କୋଶଲ ନ୍ୟୁଜ୍):- ଆଜି ଅପରାହ୍ନରେ ଦେବଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ କାଳବୈଶାଖୀର ପ୍ରଭାବ ରେ ପ୍ରବଳ କୁଆପଥର ବର୍ଷା ଓ ଝଡ଼ତୋଫାନ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଛି । ରିଆମାଳ ବ୍ଲକର ଉଟୁଣିଆଁ ପଞ୍ଚାୟତ ଅନ୍ତର୍ଗତ ବାବାଜୀମଠ ଗ୍ରାମର ପ୍ରମିଳା ନାୟକ ସ୍ବାମୀ ଗୋକୁଳ ନାୟକଙ୍କ ଘରର ଆଜବେଷ୍ଟ ଛାତ ଭାଙ୍ଗି ଯାଇଥିବାରୁ ବର୍ତ୍ତମାନ ପରିବାର ବାସହରା ହୋଇ ଯାଇଛନ୍ତି।

ବର୍ଷା ପାଣି ଘରେ ପଶି ଆସବାସ ପତ୍ର ଓ ଧାନ ଚାଉଳ ନଷ୍ଟ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ସ୍ଥାନୀୟ କରଲଗା ରାଜସ୍ବ ନିରିକ୍ଷକ ପହଞ୍ଚି ଏକ ଜଲିପାଲ ଯୋଗାଇ ଦେବା ସହିତ କ୍ଷତିଗ୍ରସ୍ତ ପ୍ରମିଳା ନାୟକଙ୍କ ପରିବାର ସହିତ ଆଲୋଚନା କରି ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କହିଛନ୍ତି । ସେହିଭଳି ଉଟୁଣିଆଁ ପଞ୍ଚାୟତ ହାଡ଼ଶଙ୍ଖା ଗ୍ରାମର ପ୍ରଭାକର ନାଏକଙ୍କ ମଧ୍ୟ ଘରର ଆଜବେଷ୍ଟସ ଭାଙ୍ଗି ଯାଇଥିବା ସୂଚନା ମିଳିଛି।

Comments
Loading...