ଧିରେ ଧିରେ ହିନ୍ଦୁ ମହାସଂଘ ଓଡ଼ିଶା ତଥା ପଡ଼ୋଶୀ ରାଜ୍ୟ ଗୁଡ଼ିକ ରେ ନିଜ କାୟା ବିସ୍ତାର କରି ଚାଲିଛି। ୨୦୧୭ରେ ଗଠିତ ହୋଇଥିବା ହିନ୍ଦୁ ରାଷ୍ଟ୍ର ବାଦୀ ସଂଗଠନ “ହିନ୍ଦୁ ମହାସଂଘ” ପ୍ରତି ଲୋକ ମାନଙ୍କ ଆଗ୍ରହ ଆଶାତୀତ ଭାବରେ ବୃଦ୍ଧି ହେଉଛି। କିଛି ଦିନ ତଳେ ସୌଭାଗ୍ୟ ବାବା ଙ୍କ ଆଶ୍ରମ ରେ ହୋଇ ଥିବା ସାଧୁ ସମ୍ମିଳନୀ ପରେ ହିନ୍ଦୁ ମହାସଂଘ ତାର ଗତିବିଧି କୁ ଅଧିକରୁ ଅଧିକ ତିବ୍ର କରିଛି। ପ୍ରତିଭାସମ୍ପନ୍ନ ଯୁବକ ଯୁବତୀ ମାନଙ୍କୁ ରାଷ୍ଟ୍ର ବାଦୀ ଏବଂ ଧର୍ମ ରକ୍ଷକ ହେବା ପାଇଁ ଆପ୍ରାଣ ଉଦ୍ୟମ କରୁଛି। ଏହି ପରିପ୍ରେକ୍ଷୀରେ ଯୁବ ଆଇନଜୀବୀ ରାଷ୍ଟ୍ରବାଦୀ ସ୍ୱାଗତିକା ସାମନ୍ତରାୟ ଙ୍କୁ ଅବିଭକ୍ତ କୋରାପୁଟ ଓ ଗଞ୍ଜାମ ଜିଲ୍ଲା କୁ ନେଇ ଗଠିତ ଦକ୍ଷିଣ ଓଡ଼ିଶା ଖଣ୍ଡ ର ଯୁବ ହିନ୍ଦୁ ମହାସଂଘ ପ୍ରମୁଖ ମନୋନୀତ କରାଯାଇଛି। ସଂଘର ପ୍ରତିଷ୍ଠାତା ଶ୍ରୀ ଜୟନ୍ତ କୁମାର ପାତ୍ର ଙ୍କ ମତରେ ଯୁବକ ମାନଙ୍କ ମଧ୍ୟରେ ହିନ୍ଦୁ ରାଷ୍ଟ୍ର ବାଦ ର ଶକ୍ତି ସଞ୍ଚାର ପାଇଁ ଏହା ଏକ ପ୍ରେରଣା ଦାୟକ ପଦକ୍ଷେପ। ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ସଂଯୋଜକ ନରସିଂହ ତ୍ରିପାଠୀ, କେନ୍ଦ୍ରୀୟ ମାର୍ଗଦର୍ଶକ ମଣ୍ଡଳୀ ଅଧ୍ୟକ୍ଷ ବ୍ରହ୍ମଅବଧୂତ ସୌଭାଗ୍ୟ ବାବା, ଛତିଶଗଡ ପ୍ରମୁଖ ବାସୁଦେବ ବାବା, ଭବାନୀ ବାହିନୀ ପ୍ରମୁଖ ଅମ୍ବିକା ପ୍ରଧାନ, ପ୍ରବକ୍ତା ଶ୍ରୀ ରାମ ମୁଦୁଲି ଓ ଅନ୍ୟମାନେ ସ୍ୱାଗତିକା ସାମନ୍ତରାୟ ଙ୍କୁ ଆଶୀର୍ବାଦ ଦେବା ସହ ଶୁଭେଚ୍ଛା ଜଣାଇଛନ୍ତି।
