ପ୍ରତିଷ୍ଠା ହୋଇ ପାରିଲା ନାହିଁ ଚିନି କାରଖାନା l ଉତ୍ପାଦନ ହେଉଥିବା ଆଖୁ ବିକ୍ରି କରିବା ପାଇଁ ଚାଷି ବାଟ ଖୋଜୁଛି l ଚାଷରେ ବିନିଯୋଗ ଅର୍ଥ ପାଇବା ପାଇଁ ପଡୋଶି ରାଜ୍ଯ ଛତିଶଗଡ କୁ ଯାଉଛି ଟନ୍ ଟନ୍ ଆଖୁ l ରାଜ୍ଯରେ ଆଖୁ ବିକ୍ରି ହୋଇ ନପାରିବା କାରଣରୁ ଚିନ୍ତାରେ ପଡିଛି ଚାଷୀ l ପାରମ୍ପାରିକ ଧାନ ଚାଷକୁ ଛାଡିବା ସହ ମଣ୍ଡି ସମସ୍ଯାରୁ ଦୁରେଇବା ପାଇଁ ରାଜ୍ଯ ସରକାରଙ୍କ କୃଷି ବିଭାଗ , ଅର୍ଥକାରୀ ଫସଳ କରିବା ପାଇଁ ଚାଷିଙ୍କୁ ସଚେତନ କରାଉଛି l କିପରି ଅଧିକ ଲାଭ ପାଇବା ସହ କମ୍ ପାଣି ବ୍ଯବହାର ହୋଇ ପାରିବ ତାକୁ ଗୁରୁତ୍ବ ଦେଉଛି କୃଷି ବିଭାଗ l ଏହାକୁ ଆଖି ଆଗରେ ରଖି କଳାହାଣ୍ଡି ଜିଲ୍ଲାରେ ମଧ୍ଯ ଆଖୁ ଚାଷ କରିଛନ୍ତି ଚାଷୀ l ଜିଲ୍ଲା ରେ ଉପଯୁକ୍ତ ଜଳବାୟୁ ଓ ବାଲିଆ ମାଟିକୁ ଦେଖି ପ୍ରଚୁର ପରିମାଣ ରେ ଆଖୁଚାଷ କରିଲେ ଚାଷି l ହେଲେ ଆଦାୟ ଫସଳ କୁ କିଣିବା ପାଇଁ ଜିଲ୍ଲାରେ କୌଣଷି ସାଧର ନଥିବା କାରଣ ରୁ ପଡୋଶି ରାଜ୍ଯ ଛତିଶଗଡ ରୁ ଆସୁଥିବା ଦଲାଲ ମାନଙ୍କ ହାତକୁ ଅମଳ ଫସଳ ଟେକି ଦେଉଛି ଚାଷୀ l
ଆଖୁ ଚାଷ ପାଇଁ ଏକର ପିଛା ୩୦ ରୁ ୪୦ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଅମଳ ମଧ୍ଯ ଅଧିକା ହେଉଛି l କିନ୍ତୁ ସବୁ କିଛି ଯାଉଛି ପଡୋଶି ରାଜ୍ଯ ମାନଙ୍କୁ l ଆଉ ଯେତକ ରହିଲା ପାରମ୍ପାରିକ ଘଣାରେ ବଳଦ ସାହାର୍ଯ୍ଯ ରେ ଆଖୁ ପେଡା ଯାଉଛି l ପରେ ଆଖୁ ରସକୁ ଗରମ କରି ଏଥିରୁ ଗୁଡ ଓ ଉଖୁଡା ତିଆରୀ କରି ବିକ୍ରି କରୁଛନ୍ତି ସ୍ଥାନୀୟ ଲୋକେ l ଏଭଳି ସ୍ଥିତି ରେ ପଡୋଶି ଜିଲ୍ଲା ମାନଙ୍କରୁ ବିଭିନ୍ନ ପ୍ରକାର ର ଗୁଡ ଆମଦାନୀ ହେଉଥିବାରୁ ଦେଶି ଗୁଡର ଚାହିଦା ହ୍ରାସ ପାଇବାରେ ଲାଗିଛି l ତେଣୁ ଯେଉଁ ଚାଷି ହେକ୍ଟର ହେକ୍ଟର ଚାଷ ଜମିରେ ଆଖୁ ଚାଷ କରୁଥିଲେ ଏବେ ଗୋଟିଏ କି ‘ ଦି ‘ ଏକର ଚାଷ ଜମିରେ ଆଖୁ ଚାଷ କରିବା ପାଇଁ ପଛଘୁଞ୍ଚା ଦେଉଛନ୍ତି l ତେବେ ଜିଲ୍ଲାରେ ଏକ ଚିନି କଳ ପ୍ରତିଷ୍ଠା କରିବା ପାଇଁ ଦାବି କରୁଛନ୍ତି ଚାଷୀ l