ଦେବଗଡ଼(କୋଶଲନ୍ୟୁଜ୍):-ବାରକୋଟବ୍ଲକ,କାଉଁଶିବାହାଳ ପଞ୍ଚାୟତ ଅନ୍ତର୍ଗତ ନନେଇଁ କ୍ଲଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା କାଉଁଶିବାହାଳ କଲୋନୀ ପ୍ରାଥମିକ ବିଦ୍ୟାଳୟଠାରେ ଆଜି ଓଡ଼ିଶା ମେଳା ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀଯୁକ୍ତ ଶାନ୍ତନୁ କୁମାର ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି ନିପୁଣ ଓଡ଼ିଶା ଭାଷା,ସଂଖ୍ୟା, ସୃଜନଶୀଳ,ମତାମତ ଜ୍ଞାନ ମେଳା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ସଭାପତି ଶ୍ରୀଯୁକ୍ତ ଆଦିତ୍ୟ କୁମାର ଜିତ୍ ‐ ପ୍ରଧାନ ଶିକ୍ଷକ କାଉଁଶିବାହାଳ କଲୋନୀ ପ୍ରାଥମିକ ବିଦ୍ୟାଳୟ , ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭୁବନେଶ୍ବର ଦେହୁରୀ‐ ପ୍ରଧାନ ଶିକ୍ଷକ ଗୌଡ଼ସୁଗୁଡ଼ା ପଞ୍ଚାୟତ ନୋଡ଼ାଲ ଉଚ୍ଚ ବିଦ୍ୟାଳୟ, ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ଟଙ୍କଧର ବଣିଚୂଳ ମଞ୍ଚାସିନ ଥିବା ବେଳେ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ପ୍ରଧାନ । ନିପୁଣ ଓଡ଼ିଶା ମେଳାରେ ୪ ଗୋଟି ଷ୍ଟଲ କରାଯାଇଥିଲା ଓ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକ ଷ୍ଟଲରେ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ । ଭାଷାଜ୍ଞାନ ଷ୍ଟଲରେ ଅକ୍ଷର ଚିହ୍ନଟ,ବର୍ଣ୍ଣାଳୀ,ମାତ୍ରା ଚିହ୍ନଟ,ଶବ୍ଦଖେଳ,ଶବ୍ଦ ଧନ୍ଦା ଇତ୍ଯାଦି କରାଯାଇଥିଲା । ସଂଖ୍ୟାଜ୍ଞାନ ଷ୍ଟଲରେ ସଂଖ୍ୟା ଚିହ୍ନଟ,ସଂଖ୍ୟା ଲିଖନ ପ୍ରଣାଳୀ, ଯୋଗ ବିୟୋଗ,ଗୁଣନ,ହରଣ ସମ୍ବନ୍ଧୀୟ ବିଭିନ୍ନ ଶିକ୍ଷଣ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା । ସୄଜନଶୀଳ ଷ୍ଟଲରେ ଗଳ୍ପ କଥନ,ଚିତ୍ରାଙ୍କନ,ଗୀତ ଗାୟନ କାର୍ଯ୍ଯକ୍ରମ କରାଯାଇଥିଲା । ମତାମତ ଷ୍ଟଲରେ ଶିକ୍ଷକ,ଶିକ୍ଷୟିତ୍ରୀ,ଅଭିଭାବକ , ଦର୍ଶକ, ୱାର୍ଡମେମ୍ବର ଇତ୍ଯାଦି ନିଜ ନିଜର ମତାମତ ରଖିଥିଲେ । ନନେଇଁ କ୍ଲଷ୍ଟରର ୬ ଟି ବିଦ୍ୟାଳୟରୁ ୧୨ ଜଣ ଶିକ୍ଷକ ଶିକ୍ଷିକା ଓ ୧୧୦ ଜଣ ଛାତ୍ରଛାତ୍ରୀ ଯୋଗ ଦେଇ କାର୍ଯ୍ଯକ୍ରମରେ ଅଂଶଗ୍ରହଣ କରିଥିଲେ । ମେଳା ପରିଚାଳନାରେ ସହଯୋଗ କରିଥିଲେ ଶ୍ରୀଯୁକ୍ତ ଗୋବିନ୍ଦ ସାହୁ ,ଅନିମା ପ୍ରଧାନ,କୁମାରୀ ସାହୁ,ମିତ୍ରଭାନୁ ସାହୁ,ରୋହିତ ରଣଜିତ୍ ,ବିଦେଶୀ ମାକର,ମନ୍ଦାକିନୀ କିସାନ,ରେଣୁକା ତନ୍ତୀ । ଗୌଡ଼ସୁଗୁଡ଼ା ଅଙ୍ଗନୱାଡ଼ୀ କେନ୍ଦ୍ରର ଶିକ୍ଷୟିତ୍ରୀ ଶ୍ରୀମତୀ ଋକ୍ମିଣୀ ନାଏକ ,ଜରିଚାକୁଣ୍ଡାପାଳ ପ୍ରାଥମିକ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ପ୍ରଧାନ,ଗୌଡ଼ସୁଗୁଡ଼ାର ନରୋତ୍ତମ ପେଣ୍ଠେଇ ଓ ହୁନୁ ବିଶ୍ବାଳ ଏହି କାର୍ଯ୍ଯକ୍ରମରେ ଯୋଗ ଦେଇ ସକ୍ରିୟ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଗୋବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।
