କଳାହାଣ୍ଡି (କୋଶଲ ନ୍ୟୁଜ୍) କଳାହାଣ୍ଡି ଜିଲ୍ଲା, କୋକସରା ବ୍ଲକ, ଆମପାଣି ଥାନା, ଗୋତୋମୁଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହଜଖୋଲ୍ ସଂରକ୍ଷିତ ଜଙ୍ଗଲରେ ରହୁଥିବା ଫତାପାଣି ଓ ଡୁମେର ପାଣି ଗାଁ ର ୪୦ ଆଦିବାସୀ ପରିବାରକୁ ଅତ୍ୟାଚାର, ମାଡ଼ପିଟ୍ ଏବଂ ତଡିଦେବା ଘଟଣାକୁ ଅନେକ ରାଜନୈତିକ ଓ ସାମାଜିକ ସଂଗଠନ ତୀବ୍ର ନିନ୍ଦା କରିଛି। ଦୀର୍ଘ ଦିନ ହେଲା ଆମପାଣି ଥାନାରେ ଅଭିଯୋଗ କରାଯାଇଥିଲେ ମଧ୍ୟ ଦୋଷୀ ମାନଙ୍କ ବିରୁଦ୍ଧରେ କୋୖଣସି କାର୍ଯ୍ୟାନୁଷ୍ଠାନ ହୋଈ ପାରିନାହିଁ ।କିନ୍ତୁ ପ୍ରଶାସନ ତରଫରୁ ଶାନ୍ତି କମିଟି ବୈଠକର ଆୟୋଜନ କରାଯାଇଛି। ବନ ସୁରକ୍ଷା କମିଟି ମଧ୍ୟ ନିଜକୁ ନିର୍ଦ୍ଦୋଷ ସାବ୍ୟସ୍ତ କରିବା ପାଇଁ ଆପ୍ରାଣ ଉଦ୍ୟମ ଚଳାଇଛି। ଆଜି ପର୍ଯ୍ୟନ୍ତ ଆଦିବାସୀଙ୍କ ସମସ୍ୟାର ସମାଧାନ ହୋଇ ପାରିନାହିଁ। ଫଳରେ ଫତାପାଣି ଜଙ୍ଗଲରେ
୬ଦଫା ଦାବି ନେଇ ଧାରଣାରେ ବସିଛନ୍ତି ସମସ୍ତ ଆଦିବାସୀ ପରିବାର। ବିନ୍ଦୁ ମହାନନ୍ଦ, ଖେମରାଜ୍ ବାଘ ସମେତ ଅନେକ ସମାଜସେବୀ, ରାଜନୈତିକ ନେତୃବୃନ୍ଦ ମଧ୍ୟ ସାମିଲ ଅଛନ୍ତି ଏହି ଆମରଣ ଅନଶନରେ। ଯଦି ପ୍ରଶାସନ ତରଫରୁ ଦୋଷୀ ମାନଙ୍କ ବିରୁଦ୍ଧରେ କୋୖଣସି କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ କିମ୍ବା ଆଦିବାସୀ ମାନଙ୍କ ସମସ୍ୟାର ସମାଧାନ ଯଦି ନ ହୁଏ ତାହେଲେ ଏହି ଧାରଣା ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କରାଯିବ ବୋଲି ପ୍ରଶାସନକୁ ଚେତେଇ ଦେଇଛନ୍ତି ଅନଶନ କାରୀ।
