ଦନ୍ତା ହାତୀର ମୃତଦେହ ଉଦ୍ଧାର



ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ରିଆମାଳ ଫରେଷ୍ଟ ରେଞ୍ଜ ରେଙ୍ଗାଳବେଡ଼ା ସେକ୍ସନ ଟିଙ୍କବୀର ବିଟ୍ ଅନ୍ତର୍ଗତ କାଉଁଶିତଇଲା ଠାରେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ଘଟଣାସ୍ଥଳରେ ରେଞ୍ଜର ନିରଞ୍ଜନ ଧରୁଆ ଓ ଫରେଷ୍ଟର ପ୍ରଦୀପ ଶତପଥୀ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରୁଛନ୍ତି । ମୃତ୍ୟୁ ହୋଇଥିବା ହାତୀଟି କିଛି ଦିନ ହେଲା ଏହି ଅଞ୍ଚଳରେ ରହି ଉପଦ୍ରବ କରୁଥିବା ବେଳେ ଆଜି ତାର ମୃତ୍ୟୁର କାରଣ ଅସ୍ପଷ୍ଟ ରହଛି। ମୃତ୍ୟୁ ହାତୀଟି ରାସ୍ତା କଡ଼ରେ ପଡ଼ି ରହିଥିବା ବେଳେ ହାତୀର ମୃତ ଦେହ ଦେଖିବାକୁ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Comments
Loading...