ରିଆମାଳ(କୋଶଲ ନ୍ୟୁଜ୍):-ଦେବଗଡ଼ ଜିଲ୍ଲାର ରେଙ୍ଗାଲବେଡା ସ୍ଥିତ ଅଗ୍ରଣୀ ସାହିତ୍ୟାନୁଷ୍ଠାନ” ରାଧାକୃଷ୍ଣ ସାହିତ୍ୟ ସଂସଦ”ର
ପ୍ରସ୍ତାଵନା ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି।
ସଭାପତି ଶ୍ରୀ ଲୋକନାଥ ବେହେରାଙ୍କ ସଭାପତିତ୍ୱରେ
୨୭ ଜଣ କବିକବୟିତ୍ରୀ ଯୋଗଦାନ କରିଥିଲେ ।
ସର୍ବସମ୍ମତିକ୍ରମେ ଶ୍ରୀ ଉଦୟ କୁମାର ପ୍ରଧାନ ସଭାପତି,
ଶ୍ରୀ ଯତିନ୍ଦ୍ର ପ୍ରଧାନ ଉପସଭାପତି, ଶ୍ରୀ ଜଗମୋହନ ସାହୁ
କାର୍ଯ୍ଯକାରୀ ସଭାପତି ଭାବରେ ମନୋନୀତ ହୋଇଥିବା
ବେଳେ ପୂର୍ବ ସମ୍ପାଦକ ଶୀ ବିପିନ ବିହାରୀ ପ୍ରୁଷ୍ଟି ତାଙ୍କ
ପଦ ବଜାୟ ରଖିଥିଲେ ।

ଶ୍ରୀ ମହେନ୍ଦ୍ର ସାହୁ ସହ ସମ୍ପାଦକ, ଶ୍ରୀ ପ୍ରକାଶ କୁମାର ପ୍ରଧାନ ପରିଚାଳନା ସମ୍ପାଦକ ଓ ଶ୍ରୀ ଅମିତ କୁମାର ପ୍ରଧାନ କୋଷାଧ୍ୟକ୍ଷ
ଭାବରେ କାର୍ଯ୍ୟ କରିବେ । ଏତଦ୍ ବ୍ଯତୀତ ଶିକ୍ଷାବିତ୍
ଯୋଗେଶ୍ୱର ବିଶ୍ୱାଳ, ଶ୍ରୀ ହରିଶ୍ଚନ୍ଦ୍ର ବିଶ୍ୱାଳ, ଶ୍ରୀ ପ୍ରକାଶ
କୁମାର ପ୍ରଧାନ, ଶ୍ରୀ ଶରତ କୁମାର ସାହୁ, ଶ୍ରୀ ବସନ୍ତ
କୁମାର ବେହେରାଙ୍କୁ ଉପଦେଷ୍ଟା ଭାବରେ ଗ୍ରହଣ
କରାଯାଇଛି । ଶ୍ରୀ ଲୋକନାଥ ବେହେରାଙ୍କୁ ମୁଖ୍ଯ
ଉପଦେଷ୍ଟା କରାଯାଇ ଅଛି । ଏହି କମିଟି ଆସନ୍ତା
ଜାନୁୟାରୀ ୨୦୨୬ମଃ ରୁ କାର୍ଯ୍ୟ ଭାର ଗ୍ରହଣ କରିବ ।
ତତ୍ପରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା।
ଏଥିରେ ୨୭ ଜଣ କବି ସ୍ୱରଚିତ କବିତା ଆବୃତ୍ତି
କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ବିପିନ ବିହାରୀ
ପ୍ରୁଷ୍ଟି ଧନ୍ଯବାଦ ଅର୍ପଣ କରିଥିଲେ ।