ଦେବଗଡ଼(କୋଶଲ ନ୍ୟୁଜ୍):- ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ବିଜୟ ନଗର ପଞ୍ଚାୟତ ଅନ୍ତର୍ଗତ ଆମ୍ବକଟା ଗ୍ରାମରେ ରାଧାକୃଷ୍ଣ ଫୁଟବଲ୍ କ୍ଲବ ପକ୍ଷରୁ ୧୪ ତାରିଖ ଠାରୁ ଅନୁଷ୍ଠିତ ହୋଇଥିବା ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଝୁମ୍ପୁରା ଫୁଟବଲ୍ ଦଳକୁ ପରାସ୍ତ କରି ବାଲିରୋଇ ଫୁଟବଲ୍ ଦଳ ଚମ୍ପିୟାନ ହୋଇଥିଲା ।

ଆଜିର ଫାଇନାଲ ମ୍ୟାଚରେ ରେଫର୍ ଭାବେ ମ୍ୟାଚକୁ ତନ୍ମୟ ନାୟକ, ଅନିଲ ରାଇଜ, ସୁଜିତ୍ ଏବଂ ପ୍ରଶାନ୍ତ ଗଡ଼ନାୟକ ପରିଚାଳନା କରିଥିଲେ। ଆଜିର ଏହି ଉଦଯାପନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଦେବଗଡ଼ ଜିଲ୍ଲା ସରପଞ୍ଚ ସଂଘର ସଭାପତି ତଥା ରାଜ୍ୟ ସରପଞ୍ଚ ସଂଘର ମୁଖ୍ୟ ପରାମର୍ଶ ଦାତା ଶ୍ରୀଯୁକ୍ତ ସତ୍ୟନାରାୟଣ ପାଣି, ସମ୍ମାନିତ ଅତିଥି ଭାବେ ବାରକୋଟ ବ୍ଲକ ଜୋନ- ୨ ଜିଲ୍ଲାପରିଷଦ ଶ୍ରୀମତୀ ଗୀତାଞ୍ଜଳି ପାଣି, ସମ୍ବଲପୁର ସାଂସଦଙ୍କ ପ୍ରତିନିଧି ତଥା ଉପସଭାପତି ଭାରତୀୟ ଜନତା ପାର୍ଟି ଶ୍ରୀଯୁକ୍ତ ହରମୋହନ ପାଣି, ବାରକୋଟ ଆଇଟିଆଇ ଶିକ୍ଷକ ଜିତେନ୍ଦ୍ର କୁମାର ମଲ୍ଲିକ, ବରିଷ୍ଠ ଭାଷ୍ୟକାର ଶ୍ରୀଯୁକ୍ତ ଫକୀର ମୋହନ ଦଳବେହେରା, ବରିଷ୍ଟ ନାଗରିକ ଧରଣୀ ଧର ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ହଳଧର ସାହୁ, ପ୍ରଯୋଜକ ଅଜୟ ମୋଟରସ ବାରକୋଟ ପ୍ରମୁଖ ଯୋଗଦେଇ ବିଜେତା ବାଲିରୋଇ ଫୁଟବଲ୍ ଦଳକୁ ନଗଦ ୧୫ ହଜାର ଟଙ୍କା ଓ ରନର୍ଶ ଅଫ୍ ଝୁମ୍ପରା ଫୁଟବଲ୍ ଦଳକୁ ୧୦ ହଜାର ଟଙ୍କା ଅର୍ଥରାଶି ସହ ଟ୍ରଫି ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଶ୍ରୀଯୁକ୍ତ ଫକୀର ମୋହନ ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ।