ଦେବଗଡ଼ (କୋଶଲ ନ୍ୟୁଜ୍):- ଜ଼ିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ଫସଲ ବୀମା ତୃତୀୟ ଅଧିବେଶନ ବୈଠକ ଜ଼ିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜ଼ିଲ୍ଲା ରେ ସମୁଦାୟ ୭୦ ଟି ଗ୍ରାମ ପଂଚାୟତ ଓ ୧ ଟି ପୌରପରିଷଦ ରେ ଖରିଫ ଋତୁ ରେ ହୋଇଥିବା ଧାନ ଫସଲ ର ୨୮୪ ଟି ଶଶ୍ୟ କାଟ ଉପରେ ରାଜସ୍ବ ବିଭାଗ, ପରିସଂଖ୍ୟାନ ବିଭାଗ ଓ କୃଷି ବିଭଗା ମିଳିତ ଭାବରେ କରାଯାଇଅଛି । ଏହି ଶଶ୍ୟ କାଟକୁ ମଞ୍ଜୁର କରାଯାଇ ରାଜ୍ୟ ସରକାରଙ୍କୁ ନିକଟକୁ ପ୍ରେରଣ କରାଯିବା ପାଇଁ ସ୍ଥିର କରାଯାଇଛି। କ୍ଷୟ କ୍ଷତି ହୋଇଥିବା ଚାଷୀ ମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବ । ବୈଠକରେ କୃଷି ଅଧିକାରୀ ଧବଳେଶ୍ୱର ପ୍ରଧାନ, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ ବିଭାଗ ଅନ୍ତର୍ଜାମୀ ସାହୁ, ଜ଼ିଲ୍ଲା ସମବାୟ ସମିତି ଅଧିକାରିଣୀ ମନିକା ରାୟ, ବରିଷ୍ଠ ସହକାରୀ ରେଜିଷ୍ଟର ଭବାନୀ କାନ୍ତ ନାଏକ, ଉପ ନିର୍ଦ୍ଦେଶକ ଯୋଜନା ଅଧିକାରୀ ରାମ ସେବକ ପ୍ରଧାନ, ଜ଼ିଲ୍ଲା ଜରୁରୀ କାଳୀନ ଅଧିକାରୀ ହେମନ୍ତ ସିଂ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋରଞ୍ଜନ ସୂତାର, ଲିଡ଼ ବ୍ୟାଙ୍କ, ସମ୍ବଲପୁର ସମବାୟ ବ୍ୟାଙ୍କ ର ଅଧିକାରୀ ପ୍ରମୁଖ ଉପସ୍ଥିତି ଥିଲେ ।
