ଦେବଗଡ଼ (କୋଶଲ ନ୍ୟୁଜ୍):- ଆଜି ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ କଣ୍ଢଳ ନୋଡ଼ାଲ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଶକ୍ତି କ୍ଲର ଆନୁକୂଲ୍ୟରେ ଆମ୍ବକଟା ବିଦ୍ୟୁତ ଗ୍ରୀଡ଼ ପରିଦର୍ଶନ ପାଇଁ ଯାଇଥିଲେ ।

ଏହି ପରିଦର୍ଶନ କାର୍ଯ୍ଯକ୍ରମଟି ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ତପନ କୁମାର ଗଡ଼ନାୟକ, ଶକ୍ତିକ୍ଲବ ଦାୟିତ୍ବ ଅଧିକାରୀ ଶିକ୍ଷକ ଶାନ୍ତନୁ କୁମାର ଦେହୁରୀ, ମନୋଜ କୁମାର ବେହେରା ଓ ଶିକ୍ଷୟିତ୍ରୀ ଶ୍ରୀମତୀ ଶାରଳା ବିଶ୍ବାଳ ଙ୍କ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ହୋଇଥିଲା । ବିଦ୍ୟୁତ ଗ୍ରୀଡ଼ର ଏସ.ଡି.ଓ. ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟୁତର ଉପାଦେୟତା, ଉତ୍ପାଦନ,ବଣ୍ଟନ, ବିଦ୍ୟୁତ ସଂରକ୍ଷଣ ଓ ଲୋକ ସହାୟତାରେ ବିଦ୍ୟୁତକୁ ଆଲୋଚନା ତଥା ପ୍ରତ୍ଯକ୍ଷଭାବେ ଦେଖାଇ ବୁଝାଇଥିଲେ । ଗ୍ରୀଡ଼ର ଅଧିକାରୀମାନଙ୍କୁ ଧନ୍ୟବାଦ ବିଦାୟ ନେଲା ପରେ ଛାତ୍ରଛାତ୍ରୀମାନେ ପଦ ଯାତ୍ରାକରି ବିଦ୍ୟୁତ ରଂରକ୍ଷଣ ଓ ଉପାଦେୟତା ସମ୍ବନ୍ଧରେ ଜନ ସାଧାରଣଙ୍କୁ ଲିଫଲେଟ୍ ବଣ୍ଟନ କରି ଓ ସିଧା ସଳଖ ଆଲୋଚନା କରି ସଚେତନ କରିଥିଲେ ।