ଚାରଗାଁ ଠାରେ କ୍ଷତ୍ରିୟ ମହା ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ


ନବରଙ୍ଗପୁର(କୋଶଲ ନ୍ୟୁଜ୍ ):- ଜିଲ୍ଲା କ୍ଷତ୍ରିୟ ମହା ସମ୍ମିଳନୀ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଚାରଗାଁ ରେ ଜିଲ୍ଲା ସଭାପତି ଚକ୍ରଧର ସିଂ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକାରୀ ସଭାପତି ଧନେଶ୍ଵର ସିଂ, ସାଧାରଣ ସମ୍ପାଦକ (ସଂଗଠନ) ସୂର୍ଯ୍ୟବଂଶୀ ଜୟନ୍ତ କୁମାର ପାତ୍ର, ଉପ ସଭାପତି ଲକ୍ଷ୍ମୀକାନ୍ତ ପାଣ୍ଡେ, ସୁରେନ୍ଦ୍ର ନାୟକ, ହରି ଧାକଡ, କାର୍ତ୍ତିକ ଦାସ, ଲକ୍ଷ୍ମଣ ସିଂ, ସଂଯୋଜକ ବଳିରାମ ସିଂ, ସହ ସଂଯୋଜକ ସୁମିତ ସିଂ ଠାକୁର, ବିପିନ ଭୁକ୍ତା, ଘାସିରାମ ସିଂ, କୋଷାଧ୍ୟକ୍ଷ ଭିକାରୀ ଚରଣ ନାୟକ, ଲମେନ୍ ଭୁକ୍ତା , ରତନ ପାତ୍ର, ଗୋପୀ ପାତ୍ର ଏବଂ ଅଧିକାଂଶ ଜିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। କ୍ଷତ୍ରିୟ ଧାକଡ ସଂପ୍ରଦାୟର ପ୍ରମୁଖ ବ୍ୟକ୍ତି ମାନେ ମଧ୍ୟ ଉପସ୍ଥିତ ଥିଲେ। କ୍ଷତ୍ରିୟ ବର୍ଣ୍ଣ ଅନ୍ତର୍ଗତ ସମସ୍ତ ବ୍ୟକ୍ତି ର ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ସଂଘବଦ୍ଧ ଭାବେ କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଆଗାମୀ ୧୯ ତାରିଖ ରେ ହେବାକୁ ଥିବା ପ୍ରମୁଖ ବ୍ୟକ୍ତିମାନଙ୍କ ମହା ସମ୍ମିଳନୀ ର ସଫଳତା ପାଇଁ ବ୍ୟାପକ ଆଲୋଚନା କରାଯାଇ ଥିଲା ।

ରିପୋର୍ଟ : ପ୍ରିୟଦର୍ଶିନୀ ପାତ୍ର (ନବରଙ୍ଗପୁର)

Comments
Loading...