କୋରାପୁଟ (କୋଶଲ ନ୍ୟୁଜ୍):- ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ଦାସଙ୍କ ଜୀବନ ସଙ୍କଟାପନ୍ନ ହୋଇଥିବାରୁ ସହାୟତା ପାଇଁ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ନିବେଦନ ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ଅନେକ କାର୍ଯ୍ୟ କରି କୋରାପୁଟ ଜିଲ୍ଲାର ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପବିତ୍ର ମୋହନ ଦାସ କ୍ୟାନ୍ସର ରୋଗରେ ପୀଡିତ ହୋଇ ବର୍ତ୍ତମାନ ହୋମି ଭାବା କ୍ୟାନ୍ସର ଗବେଷଣା କେନ୍ଦ୍ର ବିଶାଖାପାଟଣା ରେ ଚିକିତ୍ସିତ ହେଉଛନ୍ତି । ତାଙ୍କପାଖରେ ସ୍ବାସ୍ଥ୍ୟ ବୀମାର କାର୍ଡ ନାହିଁ। ତାଙ୍କ ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ। ଏଣୁ ଚିକିତ୍ସା ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଛି। ଓଡ଼ିଶା ସରକାର ଓ କେନ୍ଦ୍ର ସରକାରଙ୍କୁ ଆର୍ଥିକ ସହାୟତାର ସହଯୋଗ ପାଇଁ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ତରଫରୁ ଫୋରମ୍ ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ବିନମ୍ର ନିବେଦନ କରିଛନ୍ତି । ଯଦି ସରକାରୀ ସହୟତା ମିଳେ ତାଙ୍କ ଜୀବନ ରକ୍ଷା ହୋଇପାରେ ବୋଲି ଶ୍ରୀ ସାହୁ ପୁନର୍ବାର ଉଭୟ ସରକାର ଙ୍କୁ ନିବେଦନ କରିଛନ୍ତି ।
